
ଭୁବନେଶ୍ୱର, (କେପିଏନ୍ଏସ୍) : ବର୍ତ୍ତମାନ ରାଜ୍ୟରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବେଶ୍ କମିଥିବା ବେଳେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ନିର୍ବାଚନ ପ୍ରଚାରରେ ରହିଥିବା କଟକଣାକୁ କୋହଳ କରିଥିବା ସୂଚନା ମିଳିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୂର୍ବରୁ କେବଳ ୫ ଜଣ ବ୍ୟକ୍ତି ଘରକୁ ଘର ଯାଇ ନିର୍ବାଚନ ପ୍ରଚାର କରିବା ପାଇଁ ଅନୁମତି ଥିବାବେଳେ ବର୍ତ୍ତମାନ ୨୦ ଜଣ ପର୍ଯ୍ୟନ୍ତ ଏଥିରେ ସାମିଲ୍ ହୋଇ ପାରିବେ ବୋଲି କୁହାଯାଇଛି । ସେହିପରି କୋଭିଡ୍ ଗାଇଡ୍ ଲାଇନ୍ ଅନୁପାଳନ କରି ଉପଯୁକ୍ତ ଅନୁମତି ଅନୁସାରେ ୩୦୦ ଲୋକଙ୍କୁ ନେଇ ସାଧାରଣ ସଭା କରାଯାଇ ପାରିବ ବୋଲି ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ଆଜି ଏକ ପତ୍ର ମାଧ୍ୟମରେ ଅନୁମତି ପ୍ରଦାନ କରିଛନ୍ତି ।
