oom

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଓଡିଶା ସାମ୍ବାଦିକ ସଙ୍ଘର ନିନ୍ଦା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ସମୟରେ ଯାଜପୁର ଜିଲ୍ଲା ବିଂଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୁ)ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଓଜେୟୁ ଗଞ୍ଜାମ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ପଟ୍ଟନାୟକ ଉକ୍ତଘଟଣା ନିନ୍ଦନୀୟ ବୋଲି କହିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରିଛନ୍ତି । ଓଡିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ବ୍ଲକ ଶାଖା ପକ୍ଷରୁ ଉକ୍ତ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହ ଆଗାମୀ ଦିନରେ ସରକାର ସାମ୍ବାଦିକମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଦାବୀ କରିଥିଲେ । ଗଞ୍ଜାମ ପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ସଭାପତି ଶବର କୁମାର ତରାଇ, ସମ୍ପାଦକ ବିଦ୍ୟାଧର ସାହୁ, ଉପସଭାପତି ଆର.ମୁରଲିଧର ପ୍ରଧାନ, ସହ ସମ୍ପାଦକ ନିରଞ୍ଜନ ପରିଡା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ବିଜୟଲକ୍ଷ୍ମୀ ମହାଙ୍କୁଡ଼, କେ.ରଜନୀକାନ୍ତ ରେଡି, ରାକେଶ ରଞ୍ଜନ ଦାସ, ନୀଳାଞ୍ଚଳ ସେନାପତି, ବନବାସୀ ସେଠୀ, ମନୋଜ କୁମାର ପ୍ରଧାନ, ଛବିଲାଲ ସାହୁ ପ୍ରମୁଖ ଗଞ୍ଜାମ ଓ ରମ୍ଭା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଦାବୀ ଜଣାଇଛନ୍ତି ।

jittmm
Leave A Reply

Your email address will not be published.