ବଲାଙ୍ଗିର ସଦର ଥାନାରେ ହେବ ୬୩ ଗୋଟି ଦାବିହୀନ ଗାଡ଼ି ନିଲାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୨୧ ମସିହା ଜୁନ୍‌ ମାସ ୫ ତାରିଖ ପୂର୍ବରୁ ୬୩ ଗୋଟି ଦାବିହୀନ ମୋଟର ସାଇକେଲ ଜବତ ହୋଇ ବଲାଙ୍ଗିର ସଦର ଥାନା ପ୍ରାଙ୍ଗଣରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମୋଟର ସାଇକେଲ ଗୁଡ଼ିକର କୌଣସି ଦାବିଦାର ଆସି ନଥିବାରୁ ଏସ୍‌ଡିଏମ୍‌, ବଲାଙ୍ଗିରଙ୍କ ଆଦେଶ ମୁତାବକ ଉକ୍ତ ୬୩ ଗୋଟି ଦାବିହୀନ ମୋଟର ସାଇକେଲ ଗୁଡିକ ବଲାଙ୍ଗିର ଜିଲ୍ଲା ଅକ୍‌ସନ୍‌ କମିଟିକୁ ନିଲାମ କରିବା ପାଇଁ ଆଦେଶ ଦିଆଯାଇଛି । ତେଣୁ କୌଣସି ବ୍ୟକ୍ତି ଯଦି ଏହି ୬୩ ଗୋଟି ଦାବିହୀନ ମୋଟର ସାଇକେଲର ମାଲିକାନା ଦାବୀ କରନ୍ତି, ତେବେ ଆସନ୍ତା ୭ ଦିନ ମଧ୍ୟରେ ବଲାଙ୍ଗିର ସଦରଥାନାକୁ ଆସି ସେମାନଙ୍କ ଗାଡ଼ିର ଉପଯୁକ୍ତ କାଗଜପତ୍ର ଦେଖାଇ ଥାନାରୁ ଗାଡ଼ି ନେଇପାରିବେ ବୋଲି ବଲାଙ୍ଗିର ସଦରଥାନା ଆଇଆଇସି ଶ୍ରୀକାନ୍ତ ସାହୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆଗାମୀ ୭ ଦିନ ମଧ୍ୟରେ କେହି ଏହି ୬୩ ଗୋଟି ଦାବିହୀନ ମୋଟର ସାଇକେଲକୁ ଦାବୀ ନ କରନ୍ତି, ତେବେ ଏହି ମୋଟର ସାଇକେଲ ଗୁଡ଼ିକ ନିଲାମ୍‌ ହୋଇଯିବ ।

Leave A Reply

Your email address will not be published.