ମହାନଦୀରେ ଡଙ୍ଗା ବୁଡି ବାପ ମୃତ ଓ ପୁଅ ନିଖୋଜ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀରେ ଡଙ୍ଗା ବୁଡି ବାପ ମୃତ ଓ ପୁଅ ନିଖୋଜ । ବିନିକା ସହରର ସୁଲେମାନ ଖାଁଙ୍କ ପରିବାରର ତିନି ଜଣ ସଦସ୍ୟ ମହାନଦୀ ମଝିରେ ଥିବା ବାଇକାନୀ ମନ୍ଦିରକୁ ଡଙ୍ଗା ଯୋଗେ ବୁଲିବାକୁ ଯାଇଥିଲେ ।ଗତକାଲି ସଂନ୍ଧ୍ୟାରେ ଫେରବା ସମୟରେ ଡଙ୍ଗାଟି ବୁଡି ଯାଇଥିଲା । ଏହି ଦୁର୍ଘଟଣାରେ ସୁଲେମାନଙ୍କ ମୃତ୍ୟୁ ହୋଇଥିବା ବେଳେ ସାତ ବର୍ଷର ପୁଅ ଆଜଲାଲ୍ ନିଖୋଜ ଥିବା ଜଣାପଡିଛି । ବିନିକା ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ସୁଲେମାନଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ପୁଅକୁ ଖୋଜା ଖୋଜି କରୁଛନ୍ତି । ସାଙ୍ଗରେ ଯାଇଥିବା ସୁଲେମାନଙ୍କ ଝିଅ ଠିକ୍ ଠାକ ଥିବା କଥା ବିନିକା ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ବିନିକା ଦମକଳ ବାହିନୀ ମହାନଦୀରେ ବୁଡିଥିବା ସୁଲେମାନଙ୍କ ପୁଅକୁ ଖୋଜୁଛି । ବିନିକା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସୁଲେମାନଙ୍କ ମୃତଦେହକୁ ଜବତ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।

Leave A Reply

Your email address will not be published.