ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆସନ୍ତା ୨୦/୦୭/୨୧ପର୍ଯ୍ୟନ୍ତ ୨୦୨୧-୨୨ ବର୍ଷ ନିମନ୍ତେ ମହିଳା ପ୍ରାର୍ଥୀନୀ (ବୟସ ୧୭ବର୍ଷ ୦୬ ମାସରୁ ୨୧ବର୍ଷ ମଧ୍ୟରେ/ଜନ୍ମ ତାରିଖ- ୦୧ଅକ୍ଟୋବର ୨୦୦୦ରୁ ୦୧ଅପ୍ରେଲ ୨୦୦୪ ମଧ୍ୟରେ )ଙ୍କ ପାଇଁ ସୈନିକ ସାଧାରଣ କର୍ତ୍ତବ୍ୟ (ମହିଳା ସୈନ୍ୟ ପୋଲିସ )ଅଧିକାରୀ ବର୍ଗରୁ ନିମ୍ନ ପଦବୀରେ ନିଯୁକ୍ତି ରାଲି ନିମନ୍ତେ ନାମ ପଞ୍ଜିକରଣ ବିଭାଗ ୱେବସାଇଟ www.joinindianarmy.nic.inରେ କରିବା ପାଇଁ ସୂଚିତ କରାଯାଇଛି । ଏହା ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ନିଯୁକ୍ତି ରାଲିରେ ଯୋଗଦାନ କରିବାକୁ ନିର୍ଦ୍ଧାରିତ ସମୟରେ ବିଭାଗୀୟ ୱେବସାଇଟକୁ ଯାଇ ନାମ ପଞ୍ଜିକରଣ ବାଧ୍ୟତା ମୂଳକ ଅଟେ । ନିଯୁକ୍ତି ରାଲିରେ ଯୋଗଦାନ ନିମନ୍ତେ ପ୍ରାର୍ଥିନୀଙ୍କୁ ଇମେଲ ଜରିଆରେ ଆଡମିଟ କାର୍ଡ ଉପଲବ୍ଧ ହେବା ସହ ନିଯୁକ୍ତି ରାଲିର ତାରିଖ, ସ୍ଥାନ ଓ ସମୟ ଆଡମିଟ କାର୍ଡରେ ଉଲ୍ଲେଖିତ ରହିବ । ପଞ୍ଜିକାରଣ ଓ ନିଯୁକ୍ତି ସମ୍ୱନ୍ଧୀୟ ସମ୍ପୂର୍ଣ ବିବରଣୀ ବିଭାଗୀୟ ୱେବ୍ସାଇଟ www.joinindianarmy.nic.inରେ ଉପଲବ୍ଧ ରହିଥିବା ସୈନ୍ୟ ନିଯୁକ୍ତି ଅଧିକାରୀ, ସମ୍ବଲପୁର କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।