
ବଲାଙ୍ଗିର, (କେପିଏନ୍ଏସ୍) : ପୁଣି ପୋଲିସ ହାତରେ ଧରାପଡ଼ିଛନ୍ତି ନିଶା ବେପାରୀ । ୫୪୪୦ ବୋତଲ ବେଆଇନ କଫ୍ ସିରପ୍ ବଲାଙ୍ଗିର ସଦର ପୋଲିସ ଜବତ୍ କରିଥିବା ବେଳେ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ଦିନ ଦ୍ୱିପହରରେ ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଓଡ଼ି-୩୧-୦୭୮୬ ନମ୍ବରର ଏକ କାର୍ ବେଆଇନ କପ୍ ସିରଫ୍ ନେଇ ଯାଉଥିବା ବେଳେ ବଲାଙ୍ଗିର ସଦର ଥାନାର ଏକ ସ୍ୱତନ୍ତ୍ର ଟିମ୍ କାର୍ଟିକୁ ପିଛା କରି ବାରପୁଡ଼ଗିଆ ଠାରେ କାବୁ କରିଥିଲା ।

କାର୍ ଭିତରୁ ୫୪୪୦ ବୋତଲ ବେଆଇନ କୋରେକ୍ସ କଫ୍ ସିରପ୍ ପୋଲିସ ଜବତ୍ କରିବା ସହ କାର୍ରୁ ଦୁଇ ଜଣ କଫ୍ ସିରପ୍ ବେପାରୀଙ୍କୁ ମଧ୍ୟ ଧରିଥିବା କୁହାଯାଇଛି । ଅଟକ ରହିଥିବା ଦୁଇ ଯୁବକ ରସୁଲ ଖାନ୍ ଓ ସମୀର୍ ଖାନ୍ ବୋଲି ଜଣାପଡ଼ିଛି । ତେବେ କଫ୍ ସିରପ୍ କେଉଁଠୁ ଆସୁଥିଲା, କେଉଁଠାକୁ ଯାଉଥିଲା, ଏହି ର୍ୟାକେଟ୍ରେ ଆଉ କିଏ କିଏ ସାମିଲ୍ ଅଛନ୍ତି ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଦେଇଛି ।
