oom

ଡାକ୍ତର ନାରାୟଣୀ ପଣ୍ଡାଙ୍କୁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ସମ୍ବର୍ଦ୍ଧନା

jsmm

ସମ୍ବଲପୁର, (ନିରୋଜ କୁମାର ପଣୀ) : ଡ. ନାରାୟଣୀ ପଣ୍ଡା ଆଜି ଅଞ୍ଚଳରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ବର୍ଷ ଡାକ୍ତର ଭାବେ ସେବା ଯୋଗେଇ ସମ୍ବଲପୁରରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ । ଚାକିରିରୁ ଅବସର ଗ୍ରହଣ କରିବା ପରେ ଜୀବନରେ ଯାହା କିଛି ଅର୍ଜନ କରିଥିଲେ ସେ ସବୁକୁ ସେ ସମାଜର ବିକାଶ ପାଇଁ ଦାନ କରିଦେଇଛନ୍ତି । ଏପରିକି ନିଜ ବାସଗୃହକୁ ମଧ୍ୟ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ଛାତ୍ରାବାସ କରିବା ଉଦ୍ଦେଶ୍ୟରେ ଦାନ କରିଦେଇଛନ୍ତି । ଏଭଳି ଜଣେ ଦେବତୁଲ୍ୟ ମହିଳା ସାମାଜିକ କର୍ମୀଙ୍କୁ ଅଞ୍ଚଳର ଅଗ୍ରଣୀ ସାମାଜିକ ସଙ୍ଗଠନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ଗୁରୁବାର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପଶ୍ଚିମାଞ୍ଚଲ୍‌ ଏକତା ମଞ୍ଚର କର୍ମକର୍ତ୍ତାଗଣମାନେ ଗୁରୁବାର ତାଙ୍କ ଭୂତାପଡ଼ା ସ୍ଥିତ ବାସଭବନ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପଶ୍ଚିମାଞ୍ଚଲ୍ ଏକତା ମଞ୍ଚର ମହିଳା ଶାଖା ସହ ସଂଯୋଜିକା ଝୁନୁ ତ୍ରିପାଠୀଙ୍କ ନେତୃତ୍ୱରେ ହୋଇଥିବା ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ପଙ୍କଜିନୀ ମେହେର, କାନ୍ତି ମେହେର, ସୁଜାତା ଗୁରୁ, ସ୍ଵସ୍ତିକା ନାୟକ, ତୃପ୍ତିମୟୀ ପଣ୍ଡା, ଯୁବ ସଂଯୋଜକ ଦେବାଶିଷ ବେହେରା, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ଆବାହକ ଭବାନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.