ନକଲି ଔଷଧ ମାମଲା : ପଲସାଗୋରା ଓ ବାଉଁଶୁଣିରେ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ

ବୌଦ୍ଧ, (ମମତା ମହାକୁର) : କୋରନା ସମୟରେ ନକଲି ମେଡିସିନ କାରବାର କରି ଲୋକଙ୍କ ଜୀବନ ସହିତ ଖେଳ ଖେଳାଯାଉଛି । କଟକ, ବଲାଙ୍ଗିର ପରେ ରାଜ୍ୟର କେନ୍ଦ୍ର ସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ନକଲି ମେଡିସିନ କାରବାର ଚାଲିଥିବା ନେଇ ଜଣାପଡିବା ପରେ ଜିଲ୍ଲାରେ ଜନସାଧାରଣଙ୍କ ମହଲରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ମତେ ନକଲି ମେଡିସିନ କାରବାରରେ ବଲାଙ୍ଗିର ଲିଙ୍କ ଜଣାପଡିବା ପରେ ଏବେ ଚେର ବୋୖଦ୍ଧକୁ ଲମ୍ବିଥିବା ଜଣାପଡିଛି । ଗତକାଲି ବଲାଙ୍ଗିର ସହର ସୁଦପଡାର ମୋଦୀ ଫାର୍ମାସ୍ୟୁଟିକାଲରେ ଚଢଉ କରିଥିଲା ଡ୍ରଗ୍ସ ବିଭାଗ । ଏହାପରେ ସିଟ ଲିଙ୍କ ଆଧାରରେ ଆଜି ବୋୖଦ୍ଧ ଜିଲ୍ଲାର ଦୁଇଟି ଔଷଧ ଦୋକାନ ଯଥା-ବାଉଁଶୁଣି ମା’ କ୍ଷେତ୍ରପାଳିନୀ ମେଡିକାଲ ଷ୍ଟୋର ଓ ପଲସାଗୋରାର ମେହେର ମେଡିକାଲ ଷ୍ଟୋରରେ ବୋୖଦ୍ଧ ଡ୍ରଗ୍ସ ଇନସପେକ୍ଟର ଚଢଉ କରି ନକଲି ଔଷଧ ଲିଙ୍କର ସନ୍ଧାନ ପାଇଥିଲେ । ଉଭୟ ଦୋକାନରୁ ‘ସିନଜି-୫୦୦’ ୨୨ପାକେଟ ଓ ‘ମେଡିଥ୍ରାଲ-୫୦୦’ ୨୨ପାକେଟ ଜବତ କରାଯାଇଛି । ପ୍ରାଥମିକ ତଦନ୍‌ନ୍ତରେ ଏହା ନକଲି ଔଷଧ ବୋଲି ଜଣାପଡିଛି । ଏହି ଘଟଣା ପରେ ଔଷଧ ଦୋକାନ ମାଲିକ ବୀରମିତ୍ର ଦେହୁରୀ ଓ ସୁରେଶ ମେହେରଙ୍କ ନାମରେ ଡ୍ରଗ୍ସ ଆଣ୍ଡ କସମେଟିକ ଆକ୍ଟ୧୯୪୦ ସେକସନ ୧୮(ଏ)(ଆଇ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବୋୖଦ୍ଧ ଡ୍ରଗ୍ସ ଇନ୍ସପେକ୍ଟର ମୁକେଶ ଧରୁଆ ସୂଚନା ଦେବା ସହିତ ମେଡିସିନ ଦୋକାନ କେଉଁଠାରୁ ଏହି ମେଡିସିନ ଆଣିଲେ । ଏଥିରେ ଜିଲ୍ଲାର ଆଉ କେଉଁ କେଉଁ ମେଡିସିନ ଦୋକାନ ସାମିଲ ହୋଇଛନ୍ତି ସେ ବାବଦରେ ଅଧିକ ତଦନ୍ତ ଜାରି ରଖିଛନ୍ତି । ଏହି ଚଢ଼ାଉରେ ବୋୖଦ୍ଧ ଡ୍ରଗ୍ସ ଇନ୍ସପେକ୍ଟର ମୁକେଶ ଧରୁଆ, ସୋନପୁର ଡ୍ରଗ୍ସ ଇନ୍ସପେକ୍ଟର ଉମା ଶଙ୍କର ମେହେରଙ୍କ ସମେତ ମନମୁଣ୍ଡା ପୋଲିସ ସାମିଲ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଦୁଇ ବର୍ଷ ପୂର୍ବରୁ ମେହେର ମେଡିକାଲ ଷ୍ଟୋରର ମାଲିକ ରୋଗୀ ଚିକିତ୍ସା କରି ଜଣେ ଜୀବନ ହାରି ଦେଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ବିବାଦ ତାଙ୍କର ପିଛା ଛାଡୁ ନ ଥିବାବେଳେ ପୁଣି ନକଲି ଔଷଧ ବିକ୍ରି ବେଳେ ଧରାପଡିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡିଛି ।

Leave A Reply

Your email address will not be published.