୨୭ ଟିଣ ନକଲି ଘିଅ ଜବତ : ମାଲିକଙ୍କ ସମେତ ୨ ଅଟକ

କଟକ : କଟକରେ ଭେଜାଲ ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନାଟି କଟକର ସିଡିଏ ସେକ୍ଟର-୯ରେ ଠାବ କରିଛି ପୋଲିସ । ଖବର ଅନୁଯାୟୀ, କଟକରେ ଦୀର୍ଘ ଦିନ ହେଲା ଏକ ଅପମିଶ୍ରିତ ଘିଅ କାରଖାନା ଚାଲୁଥିଲା । ଯାହାର ଅଭିଯୋଗ ପୋଲିସ ନିକଟରେ ବାରମ୍ବାର ଆସୁଥିଲା, ଅଭିଯୋଗକୁ ଭିତ୍ତି କରି ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଶେଷରେ ଆଜି କଟକ ସିଡିଓ ସେକ୍ଟର-୯ରେ ଥିବା ଏକ ଅପମିଶ୍ରିତ ଘିଅ କାରଖାନାରେ ଚଢାଉ କରିଛି ପୋଲିସ । ଚଢାଉ ସମୟରେ ପୋଲିସକୁ ୨୭ଟିଣ ଏବଂ କିଛି ଡବା ନକଲି ଘିଅ ଜବତ ହୋଇଛି । ଏପରିକି ଉକ୍ତ କାରଖାନାରୁ ବିପୁଳ ପରିମାଣର ନକଲି , ଅପମିଶ୍ରିତ ସାମଗ୍ରୀ ଜବତ ହୋଇଥିବା ବେଳେ ଷ୍ଟିକର ମଧ୍ୟ ସିଜ୍‌ ହୋଇଛି ସେହିପରି ଘଟଣାସ୍ଥଳରୁ ମାଲିକଙ୍କ ସମେତ ୨ଜଣ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.