oum

ପୁଣି ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର : ୧ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଆସିଲେ ଗର୍ଭବତୀ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପୁଣି ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର । ୧ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଆସିଲେ ଗର୍ଭବତୀ । ଏଭଳି ଏକ ଅଭାବନୀୟ ଘଟଣା ପୁଣି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ। ତରଭା ବ୍ଳକ ବଘିଆ ପଞ୍ଚାୟତର ବଡମାଲ ନନ୍ଦପାଲି ଗାଁର କାହ୍ନୁଁ କୁମ୍ଭାରଙ୍କ ପତ୍ନୀ ବାସନ୍ତୀ କୁମ୍ଭାରଙ୍କ ଗର୍ଭ ଯନ୍ତ୍ରଣା ହେଲାପରେ ଡକାଯାଇଥିଲା ୧୦୮ ଆମ୍ବୁଲାନ୍ସ। ହେଲେ ଗାଁ ରାସ୍ତା ଅତ୍ୟନ୍ତ ଖରାପ ହୋଇଥିବାରୁ ଗାଁକୁ ଯାଇ ପାରିଲାଣି ୧୦୮ ଆମ୍ବୁଲାନ୍ସ।ଫଳରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବାସନ୍ତୀକୁ ବାଧ୍ୟ ହୋଇ ୧ କିଲୋମିଟର ଆମ୍ବୁଲାନ୍ସ ପର୍ୟ୍ୟନ୍ତ ଚଲାଇ ନେବାକୁ ବାଧ୍ୟ ହେଲେ ପରିବାର ଲୋକେ। କେବଳ ଏହି ଘଟଣା ନୁହେଁ ଅନେକ ସମୟରେ ଗାଁର ଏହି ରାସ୍ତା ସମସ୍ୟା ପାଇଁ ସ୍ଥାନୀୟ ଲୋକମାନେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ରାସ୍ତା ମରାମତି ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରୁଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି। ଆଗକୁ ରାସ୍ତା ଅବସ୍ଥା ସୁଧୁରାନଗଲେ ଆନ୍ଦୋଳନ କରିବାକୁ ଧମକ୍ ଦେଇଛନ୍ତି ଗ୍ରାମବାସୀ।

Leave A Reply

Your email address will not be published.