ଜିଲ୍ଲାପାଳଙ୍କୁ ସାକ୍ଷାତ କଲା ନାଗରିକ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ସହରର ବିଭିନ୍ନ ସମସ୍ୟାକୁ ନେଇ ନାଜରିକ କମିଟି ଆଲୋଚନା କରିଛି । କମିଟିର ସଭାପତି ବେଲାର ସିଂ ଭୋଇ ଓ ସଂପାଦକ ମନୋରଂଜନ ସାହୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଥିଲେ । ବିଶେଷ କରି ଲୋୟର ସୁକତେଲର ଅଗ୍ରଗତି, ଟ୍ରାଫିକ ସମସ୍ୟା, ପର୍ଯ୍ୟଟନ ବ୍ୟବସ୍ଥା ସହ ସ୍ଥାନୀୟ ଜିଲ୍ଲା ସଂଗ୍ରହାଳୟକୁ ଛାତ୍ରଛାତ୍ରୀମାନେ ପରିଦର୍ଶନ କରିବା ସୁବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.