oom

ନବ ବିବାହିତାଙ୍କୁ ଯୌତୁକ ଜନିତ ହତ୍ୟା ଅଭିଯୋଗ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହାତର ମେହେନ୍ଦି ଓ ଅଳତା ମଳିନ ପଡିନି । ଝିଅଟିଏ ବୋହୁ ବେଶରେ ସଜେଇ ହୋଇ କେତେ ସ୍ୱପ୍ନ ଦେଖି ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ଆତ୍ମୀୟଙ୍କ ସବୁ ସ୍ନେହ ଶ୍ରଦ୍ଧାକୁ ପଛରେ ପକାଇ ଶାଶୁଘରକୁ ଯାଇଥାଏ ଏକ ନୂତନ ଆଶା ନେଇ ବୈବାହିକ ଜୀବନରେ ବାନ୍ଧି ହୋଇଥାଏ । ହେଲେ ବେଳେ ବେଳେ ସେହି ସ୍ୱପ୍ନକୁ ଯୌତୁକ ରୂପୀ କଳାବାଦଲ ଜୀବନରେ ପୂର୍ଣଛେଦ ପକାଇଦିଏ । ଏପରି ଏକ ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲାର ରମ୍ଭା ଥାନାରେ ଅଭିଯୋଗ ହୋଇଛି । ବିବାହର ୨୦ ଦିନ ଯାଇନି ଏକ ନବ ବଧୂକୁ ଯୌତୁକ ଜନିତ ହତ୍ୟା କରାଯାଇଥିବା ନେଇ ଖୋଦ ନବ ବଧୁର ମା’ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି । ଖବର ନେବାରେ ଜଣାପଡିଛି ଯେ, କୋଦଳା ଥାନା ଅଧିନସ୍ଥ ସଂକୁଡ଼ା ଗ୍ରାମର ଯୋଗେନ୍ଦ୍ର ସାହୁଙ୍କ ଝିଅ ଶ୍ରଦ୍ଧାଞ୍ଜଳି ସାହୁ ୨୦ ଦିନ ତଳେ ଗତ ମାସ ୧୯ ତାରିଖରେ ହିନ୍ଦୁ ରୀତିନୀତି ଅନୁଯାୟୀ ରମ୍ଭା ସହର ବଡ଼ ଉପୁଲିଆ ସାହିର ଭୀମ ନାହାକଙ୍କ ପୁଅ ରମେଶଙ୍କୁ ବିବାହ କରିଥିଲେ । ହେଲେ ମଙ୍ଗଳବାର ରାତ୍ରରେ ନବବଧୂ ଆତ୍ମହତ୍ୟା କରିଥିବା ପୁଅଘର ପକ୍ଷରୁ ନବବଧୂର ପରିବାରକୁ ଖବର ଯାଇଥିଲା । ଏ ନେଇ ନବବଧୂର ମା’ ସୁଜ୍ଞାନୀ ସାହୁ ରମ୍ଭା ଥାନାରେ ତାଙ୍କ ଝିଅକୁ ଯୌତୁକ ଜନିତ ହତ୍ୟା କରାଯାଇଥିବା ନେଇ ରମ୍ଭା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ୨୭୩/୨୦୨୧ ପ୍ରକାରେ କେଶ ରୁଜୁ କରାଯାଇ ତଦନ୍ତ କରାଯାଉଛି । ରମେଶଙ୍କୁ ଥାନାରେ ଅଟକ ରଖି ପୋଲିସ ପଚାରା ଉଚାରା କରୁଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ରମ୍ଭା ଥାନା ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା କହିଛନ୍ତି ।

jittmm
Leave A Reply

Your email address will not be published.