om academy

ପରୀ ହତ୍ୟା ଘଟଣା : ନିରପେକ୍ଷ ଓ କ୍ଷମତାପ୍ରାପ୍ତ ପୋଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ ପାଇଁ ଦାବୀ କଲେ ନରସିଂହ

jsm
  • ସମ୍ବିତ ପାତ୍ରଙ୍କୁ ଓକିଲ ନୋଟିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୟାଗଡ଼ ପରୀ ହତ୍ୟା ଘଟଣାର ସ୍ୱତନ୍ତ୍ର ତଦନ୍ତକାରୀ ଦଳର ମୁଖ୍ୟ ଭାବେ ସରକାର ରାଜ୍ୟ ପରିବହନ ନିଗମର ମୁଖ୍ୟ ଆଇ.ଜି. ଅରୁଣ ବୋଥ୍ରାଙ୍କୁ ନିଯୁକ୍ତ କରିଛନ୍ତି । କିନ୍ତୁ ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ ପାଇଁ ସିଆରପିସି ଧାରା ୩୬ ଅନୁସାରେ ଯେଉଁ ସବୁ ଆଇନଗତ କ୍ଷମତା ରହିବା କଥା, ତାହା ତାଙ୍କ ପାଖରେ ନାହିଁ । ତେଣୁ ବୋଥ୍ରା ବିନା କ୍ଷମତାରେ କିପରି ଏହି ହତ୍ୟା ଘଟଣାର ନ୍ୟାୟୋଚିତ ତଦନ୍ତ କରି ପାରିବେ ବୋଲି କଂଗ୍ରେସ ବିଧାୟକ ଦଳ ତରଫରୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ଏହା ସହ ପରୀ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାକୁ ଆହୁରି ସ୍ପଷ୍ଟ , ନିରପେକ୍ଷ ଓ ବିଶ୍ୱାସନୀୟ କରିବା ପାଇଁ ଶ୍ରୀ ମିଶ୍ର ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୃଢ଼ ଦାବୀ କରିଛନ୍ତି । ଏହି ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟି ଗଠନ ହେଉ, ଯାହାର କି, ନିରୀକ୍ଷଣ ଓ ତଦନ୍ତ ଦାୟିତ୍ୱ ମାନ୍ୟବର ହାଇକୋର୍ଟ ଙ୍କ ଅଧୀନରେ ରହିବ ବୋଲି ଶ୍ରୀ ମିଶ୍ର ଦାବୀ ପ୍ରକାଶ କରିଛନ୍ତି ।

ସେ ନିଜ ଦାବୀରେ କହିଛନ୍ତି ଯେ, ବର୍ତମାନ ସରକାର ଗଠନ କରିଥିବା ଏସଆଇଟି ବା ସ୍ୱତନ୍ତ୍ର ତଦନ୍ତକାରୀ ଦଳରେ ରାଜ୍ୟ ପୋଲିସ କିମ୍ବା ସିବିଆଇ ଅଧିକାରୀ ଯିଏ ବି ରୁହନ୍ତୁ, ସେଥିରେ ଆମର ଆପତ୍ତି ନାହିଁ, କିନ୍ତୁ ନିରପେକ୍ଷ ତଦନ୍ତ ପାଇଁ ଏସଆଇଟି ନିଶ୍ଚିତ ଭାବରେ ମାନ୍ୟବର ହାଇକୋର୍ଟଙ୍କ ତତ୍ୱାବଧାନରେ କାମ କରିବା ଆବଶ୍ୟକ l କିନ୍ତୁ ବର୍ତମାନ ବିଭିନ୍ନ ସୂତ୍ରରୁ ଶୁଣାଯାଉଛି ଯେ, ସରକାର ଦ୍ୱାରା ଗଠିତ ଏସଆଇଟି ମୁଖ୍ୟ ଆଇ.ଜି. ଅରୁଣ ବୋଥ୍ରା ବର୍ତମାନ ରାଜ୍ୟ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦେଶକ ଥିବାବେଳେ ଧାରା ୩୬ ସିଆରପିସି ଅନୁସାରେ ଜଣେ ପୋଲିସ ଅଧିକାରୀ ଭାବେ ସେପରି ତାଙ୍କର କୌଣସି କ୍ଷମତା ନାହିଁ । ତେଣୁ ବିନା କ୍ଷମତାରେ ସେ ଏହି କରିବେ କିପରି l ସେଥିପାଇଁ ପରୀ ହତ୍ୟା ଘଟଣା ପରିପ୍ରେକ୍ଷୀରେ ଗଠିତ ଏସଆଇଟିରେ ଯେଉଁଠି ପୋଲିସ ଅଧିକାରୀ ରହିବେ ତାଙ୍କର ସିଆରପିସି ଧlରା ୩୬ ଅନୁସାରେ ତଦନ୍ତ ପ୍ରକ୍ରିୟାର ସମସ୍ତ କ୍ଷମତା ରହିବା ସହିତ ଉକ୍ତ ଏସଆଇଟି ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ମାନ୍ୟବର ହାଇକୋର୍ଟଙ୍କ ତଦାରଖରେ କାମ କରିବ, ତାହା ହେଲେ ଯାଇ ପରୀ ହତ୍ୟା ଘଟଣାର ତଦନ୍ତ ନିରପେକ୍ଷ ଓ ବିଶ୍ୱସନୀୟ ହୋଇପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେହିପରି ପରି ହତ୍ୟା ଘଟଣାରେ କଂଗ୍ରେସ ବିଧାୟକ ଦଳ ଉପରେ ଅଶାଳୀନ ମନ୍ତବ୍ୟ ରଖିଥିବା ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ପାଇଁ ଦିଆଯାଇଥିବା ୧୫ ଦିନ ସମୟ ବିତି ଯାଇଥିବା ବେଳେ ସେ ଆଜି ପର୍ଯ୍ୟନ୍ତ କ୍ଷମା ମାଗି ନାହାନ୍ତି । ତେଣୁ ଶ୍ରୀ ମିଶ୍ର ତାଙ୍କ ଓକିଲଙ୍କ ଜରିଆରେ ସମ୍ବିତ ପାତ୍ରଙ୍କୁ ଓକିଲ ନୋଟିସ ପଠାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ସାହୁ ଓ ମହିଳା ନେତ୍ରୀ ମିଲନୀ ସାହୁ ମଞ୍ଚରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.