oom

ମୁରିବାହାଲ ଗାଁ ଗୋଷ୍ଠୀ ବିବାଦ : ଗଠନ ହେଲା ଶାନ୍ତି କମିଟି

jsmm

ତୁରକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ପଂଚାୟତ ମୁରିବାହାଲ ଗାଁରେ ଗତ କିଛି ମାସ ମଧ୍ୟରେ ଗାଁର ସାଧାରଣ ବର୍ଗ ଏବଂ ଦଳିତ ପରିବାରମାନଙ୍କ ମଧ୍ୟରେ ସରକାରୀ ଜମି ଜବରଦଖଲକୁ ନେଇ ଗାଁର କେଶରୀ ଦୀପଙ୍କ ନାଁରେ ଗାଁ ଲୋକେ କିଛି ମାସ ତଳେ ଅଭିଯୋଗ କରି କଣ୍ଟାବାଞ୍ଜି ତହସିଲଦାର କାର୍ଯ୍ୟାଳୟ ଘେରାଉ କରିଥିଲେ । ତାପରେ ଅନେକ ସମୟରେ ଉଭୟଙ୍କ ଭିତରେ ମତ ମନାନ୍ତର ହୋଇ କଥା କଟାକଟି ହେଇ ଆସୁଥିଲା । ଗତ ଡିସେମ୍ବର ୨ ତାରିଖରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ଉଭୟ ପକ୍ଷରୁ ତୁରେକେଲା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ଓ ମୋକଦ୍ଦମା ମଧ୍ୟ ରୁଜ୍ଜୁ ହୋଇଅଛି । ସୂଚନା ଯୋଗ୍ୟ ଯେ, ଗାଁର ସାଧାରଣ ବର୍ଗ ଲୋକ ପୁରନ୍ଦର ହଂସଙ୍କ ନେତୃତ୍ୱରେ ଅନେକ ସମୟରେ ଦଳିତ ପରିବାର ବିରୋଧରେ ସଭା, ସମିତି ଆନ୍ଦୋଳନ କରି ଦଳିତମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ କଣ୍ଠ ରୋଧ କରାଯାଉ ଥିବା ଅଭିଯୋଗ ହେଉଥିବା ଜଣାପଡ଼ିଛି । ଗତ ସୋମବାର ଦିନ ଉପଜିଲ୍ଲାପାଳ ଦୟାମୟ ପାଢ଼ିଙ୍କ ତତ୍ୱାବଧାନରେ ତହସିଲଦାର କଣ୍ଟାବାଞ୍ଜିଙ୍କୁ ନିର୍ଦେଶ ଦିଆଯାଇଥିଲା । ତହସିଲଦାର ରତନ ଲାଲ ମୁଣ୍ଡା ପୋଲିସ ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ତୁରେକେଲା ଥାନାଧିକାରୀ ଭାନୁ ଶଙ୍କର ୟାଦବଙ୍କ ନେତୃତ୍ୱରେ ଉଭୟ ମୁରିବାହାଲ ଗାଁ ଲୋକଙ୍କ ସହ ଏକ ଶାନ୍ତି ପ୍ରତିଷ୍ଠା ପାଇଁ ତୁରେକେଲା ଥାନା ପ୍ରାଙ୍ଗଣରେ ଏକ ଶାନ୍ତି କମିଟି ସଭା ଡକାଯାଇଥିଲା । ସଭାରେ ସ୍ଥାନୀୟ ସରପଞ୍ଚ ଡୋଳାଧର ବାଗ, ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ଗୁପ୍ତେଶ୍ୱର ବେହରା, ସାମ୍ବାଦିକ ତୁଳସୀ ରାମ ଜଗତ ପ୍ରମୁଖ ଉପସ୍ଥିତ ଥିଲେ । ଉଭୟ ଗୋଷ୍ଠୀ ତରଫରୁ ଯାହା ଉଭୟଙ୍କ ଦାବୀ ଥିଲା ତାହା ଉପସ୍ଥାପନ କରାଯାଇଥିଲା । କେଶରୀ ଦୀପ ନିଜେ ସାମୁହିକ ରାସ୍ତାରେ ନିର୍ମାଣ କରିଥିବା ଘରକୁ ରାସ୍ତାର ବିସ୍ତାରିତ ହେଲେ ଜାଗା ଛାଡ଼ିବା ପାଇଁ ନିଷ୍ପତି ହେଇଥିଲା । ଉପସ୍ଥିତ ଭଦ୍ର ବ୍ୟକ୍ତି ତଥା ଗାଁର ଉଭୟ ଗୋଷ୍ଠୀ ବୁଝାମଣା ହୋଇ ଆଗାମୀ ଦିନରେ ଭାଇ ଭାଇ ହୋଇ ଚାଲିବାର ଶପଥ ନେଇଥିଲେ । ଆଗାମୀ ଦିନରେ ଯିଏ ଏହି ଘଟଣାକୁ ନେଇ ବିବାଦ ସୃଷ୍ଟି କରିବ ତା ହେଲେ ଆଇନ ଅନୁସାରେ ତାଙ୍କୁ ଉଚିତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଡ଼ିପିଓ ଶ୍ରୀ ସାହୁ କହିଥିଲେ । ଶେଷରେ ସମସ୍ତଙ୍କୁ ଧବ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ଥାନାଧିକାରୀ ଭାନୁ ଶଙ୍କର ୟାଦବ ।

jittmm
Leave A Reply

Your email address will not be published.