om academy

ସିରଜିନା ମେଲନ୍ ମେସନ-୨୦୨୦: ସାରସମାଲ ଗାଁ ଉତ୍ସବ ମୁଖରିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସୁରେନ୍ଦ୍ର ସାଏ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ପଦ୍ମପୁର ତରଫରୁ ‘ସିରଜିନା ମେଲନ ମେସନ – ୨୦୨୦’ ସାରସମାଲ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଦିବା ୧୨ଟା ସମୟରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ଗ୍ରାମର ଏକ ମନଲୋଭା ପରିବେଶରେ ମଞ୍ଚ ପର୍ୟ୍ୟନ୍ତ ପାଛୋଟି ନେଇଥିଲେ । ମା’ ସମଲେଶ୍ବରୀଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ମଳନ ପରେ ଗ୍ରାମର ଉଭଣୀମାନେ (ଶିଖା ଓ ଦଳ) ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ସୁଶ୍ରୀ ଜିତେଶ୍ବରୀ ଦାସଙ୍କ ସଭାପତିତ୍ବରେ ଏହି କାର୍ୟ୍ୟକ୍ରମ ପରିଚାଳିତ ହୋଇଥିଲା । ସଂପାଦକ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉପ ସଭାପତି ସୁଶ୍ରୀ ପଙ୍କଜିନୀ ପ୍ରଧାନ ମଧ୍ୟ ଉପସ୍ଥିତ ରହି ମେଲନ ମେସନ ଓ ଭାଷା ସାହିତ୍ୟର ବିକାଶ ଦିଗରେ ଆଗେଇ ଆସିବା ପାଇଁ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଡ. ପ୍ରମୋଦ କୁମାର ପାଢୀ ସମ୍ବଲପୁରୀ ଭାଷା କିପରି ଆମର ଭାଷା ହୋଇ ପାରିବ ଓ ସମ୍ବିଧାନର ଅଷ୍ଟମ ସୂଚୀର ସାମିଲ ହୋଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ । ପଶ୍ଚିମ ଓଡିଶା ଏକତା ମଞ୍ଚର ସଂଯୋଜିକା ଶ୍ରୀମତୀ ପଙ୍କଜିନୀ ମେହେର ସମ୍ବଲପୁରୀ ଭାଷାର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ଏହାକୁ ପରିଚାଳନା କରିଥିଲେ ନାଟ୍ୟକାର ଅଶୋକ ବହିଦାର । ଏହି ଅଧିବେଶନରେ ସାତ ଜଣ କବିଙ୍କୁ ସାରତ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । ଟେନି ମାଷ୍ଟର, ଗୌର ଚରଣ ସା, ସଦୟ ମେହେର, ଆଲିମା ଅଗ୍ରୱାଲ, ପ୍ରଦୀପ ଦାଶ, ଆଶୁତୋଷ ଠାକୁର, ଭାରତୀ ପଣ୍ତା, ଅହଲ୍ୟା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । ଦ୍ବିତୀୟ ଅଧିବେଶନରେ କବି ହରିଲାଲ ସାହୁଙ୍କ ସଭାପତିତ୍ବରେ ବହୁ କବି ନିଜସ୍ୱ କବିତା ପଠନ କରିଥିଲେ । କବି ପଦ୍ମଶ୍ରୀ ହଲଧର ନାଗ, ହରିଲାଲ ପ୍ରଧାନ, ଯୁଗେନ୍ଦ୍ର ମେହେର, ସଦୟ ମେହେର, ଶିବ ପ୍ରସାଦ ହାତୀ, ବୀର ଶତପଥୀ, ଶଙ୍କର ଶତପଥୀ ସମେତ ଶତାଧିକ କବି କବିତା ପାଠୋତ୍ସବରେ ଭାଗ ନେଇଥିଲେ । ଏହାକୁ ସଂଯୋଜନା କରିଥିଲେ ଅଧ୍ୟାପିକା ଜୟଶ୍ରୀ ମେହେର । ଶେଷରେ ସଂପାଦକ ରାଜେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.