centurian jitm

ଜେଜେ ମାଆଙ୍କର ଶୁଦ୍ଧି କାର୍ଯ୍ୟକୁ ଆସି ଜଣେ ନାବାଳକଙ୍କ ଜଳ ଗଣ୍ଡରେ ମୃତ୍ୟୁ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ପୋଡାପଦର ଗ୍ରାମପଞ୍ଚାୟତ ଅଧୀନ ହୁମ୍ବର ଗ୍ରାମରେ ଶନିବାର ଦିନବେଳା ଗାଁ ପୋଖରୀରେ ଦୁଇ ନାବାଳକ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ସେ ଦୁଇଜଣଙ୍କୁ ଜଳ ଗଣ୍ଡରୁ ଉଦ୍ଧାର କରାଯାଇ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଗତକାଲି ରାତି ସୁଦ୍ଧା ଚିକିତ୍ସାଧୀନରେ ଥିଲେ । ମୃତ ବାଳକ ଖଣ୍ଡିଦେଉଳି ଗ୍ରାମର ବିଜୟ କୁମାର ଗୌଡ଼ଙ୍କ ସାତ ବର୍ଷର ପୁଅ ଆଦିତ୍ୟ ବୋଲି କୁହାଯାଇଛି । ଅନ୍ୟଜଣେ ଚିକିତ୍ସାଧୀନ ବାଳକ ସାଇ ପଲେଇ ହୁମ୍ବର ଗ୍ରାମର । ଆଦିତ୍ୟଙ୍କର ଜେଜେ ମାଆଙ୍କର ଶୁଦ୍ଧି କାର୍ଯ୍ୟରେ ହୁମ୍ବର ଗାଁକୁ ଆସି ଏହି ଅଘଟଣ ହେଲା ବୋଲି କୁହାଯାଏ ।

Leave A Reply

Your email address will not be published.