oom

ଉଦନ୍ତି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଉଦନ୍ତି ନଦୀ ଧୋବାଘାଟ୍ ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଘଟଣା ସ୍ଥାନରୁ ପ୍ରକାଶ ଯୋଗ୍ୟ ଯେ, ସିନାପାଲି ଉଦନ୍ତି ନଦୀ ଧୋବାଘାଟ୍ ବ୍ରିଜ୍ ତଳେ ଜଣେ ଯୁବତୀଙ୍କ ମୃତ ଶରୀରକୁ ବାଲିରେ ପୋତି ଦେଇଥିବା ସ୍ଥାନୀୟ ଲୋକେ ଗାଧୋଇବା ପାଇଁ ଯାଇଥିବା ସମୟରେ ଦେଖିବାକୁ ପାଇଥିଲେ । ଘଟଣାର ଖବର ଶୁଣି ଆଖପାଖର ଶହ ଶହ ଲୋକ ଦେଖିବାକୁ ଯାଇଥିଲେ । ଯୁବତୀଙ୍କ ମୃତଦେହ ଦେଖି ଲୋକେ ସିନାପାଲି ଥାନାକୁ ସୂଚନା ଦେଇଥିଲେ । ସୂଚନା ପାଇ ସିନାପାଲି ଥାନା ଅଧିକାରୀ ଡମ୍ୱରୁ ଧର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ଏସ୍‌ଆଇ ହରେକୃଷ୍ଣ ଜାନି, ଏଏସ୍‌ଆଇ ପ୍ରଭାକର, ଧର୍ମେନ୍ଦ୍ର ମାଝି, ପୋଲିସ କନେଷ୍ଟବଳ ସୁଜିତ ସାମନ୍ତରାୟ, ଘଟଣା ସ୍ଥାନରେ ପହଞ୍ଚି ଶବକୁ ଜବତ୍ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ସୂଚନା ଯୋଗ୍ୟ ଯେ, ମୃତ ଶରୀର ସିନାପାଲି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମର ପଖାଲୁ ଜାଲଙ୍କ ଝିଅ ବିମଲେ ଜାଲ (୧୬)ର ବୋଲି ଜଣାପଡିଛି । ଗତ କିଛିଦିନ ତଳେ ଯୁବତୀଙ୍କ କୌଣସି କାରଣରୁ ଦେହ ଅସୁସ୍ଥ ହେବା ପରେ ପରିବାର ଲୋକେ ପ୍ରଥମେ ଖଡିଆଳ ହସପିଟାଲ ପରେ ଜିଲ୍ଲା ହସପିଟାଲକୁ ଚିକିତ୍ସା ପାଇଁ ନେଇ ଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ହୋଇଥିବାରୁ ବୁର୍ଲା ହସପିଟାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାରୁ ପରିବାର ଲୋକେ ଆଣି ସିନାପାଲି ଉଦନ୍ତି ନଦୀ ଧୋବାଘାଟ୍ ବ୍ରିଜ୍ ତଳେ ଖାଲଖୋଲି ପୋତି ଦେଇଥିଲେ । ହେଲେ ସ୍ଥାନୀୟ ଲୋକେ ଗାଧୋଇବା ପାଇଁ ସେଠାକୁ ଆସିଥିବା ବେଳେ ଦେଖିଥିଲେ । ଥାନାର ତଦନ୍ତ ପରେ ତୁରନ୍ତ ପରିବାର ଲୋକେ ଆସି ମୃତ ଶରୀରକୁ ଅନ୍ୟ ସ୍ଥାନରେ ଦାହ ସଂସ୍କାର କରିଥିଲେ ।

jittmm
Leave A Reply

Your email address will not be published.