
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ରୋକାଲ ଗ୍ରାମ ପଞ୍ଚାୟତ ଜୟବାହାଲ ଗ୍ରାମର ଜଣେ ମହିଳା କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିବା ବେଳେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁସାରେ ଜୟବାହାଲ ଗ୍ରାମର କୌଶଲ୍ୟା ବାଗ ବୟସ ୪୮ ସକାଳ ସାତ ଘଂଟା ସମୟରେ ନିକଟସ୍ଥ କୁମୁଡି ଜଙ୍ଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ମୁଣ୍ଡ ବୁଲାଇ ସଜ୍ଞାହୀନ ହୋଇପଡିଥିଲେ ଓ ପରିବାର ଲୋକେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ବୋଡେନ ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଓ ଡାକ୍ତର ସ୍ମୃତିରଞ୍ଜନ ସିଂ ନିନା ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଶବ ବ୍ୟବଛେଦ ପାଇଁ ମନା କରିଥଲେ ଏକ ସ୍ୱୀକୃତି ନାମା ଲେଖି ଶବକୁ ନିଜ ଗ୍ରାମ ଜୟବାହାଲ ଗ୍ରାମକୁ ଭଡାଗାଡି ମାଧ୍ୟମରେ ନେଇ ଶବକୁ ପୋଡି ଦେଇଥିଲେ ଓ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ସଂଜୀବ କୁମାର ନାଏକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିବା ବେଳେ ବିନା ଶବ ବ୍ୟବଚ୍ଛେଦରେ ଡାକ୍ତର କେମିତି ଜାଣିଲେ ମୃତ ବ୍ୟକ୍ତିଙ୍କର ହୃଦଘାତ ହୋଇଛି ବୋଲି ଏହା ସହିତ ସେହି ମୃତ ବ୍ୟକ୍ତିଙ୍କ ଶବକୁ ବିନା ଶବ ବ୍ୟବଚ୍ଛେଦରେ ତାଙ୍କ ଘରକୁ ଛାଡିଦେଲେ । ତେବେ ଏହା ସହିତ ସଂମ୍ପୃକ୍ତ ଥିବା ଡାକ୍ତରଙ୍କ କି ସମ୍ପର୍କ ରହିଲା ତାହା ସାଧାରଣରେ ଉଙ୍କି ମାରୁଛି ।