oom

ଶିକ୍ଷୟିତ୍ରୀଙ୍କୁ ମିଳିଲା ମଦର୍‌ଟେରେସା ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରକୃତି ବନ୍ଧୁ ରୂପେ ପରିଚିତ ଶ୍ରୀମତୀ ଅନୁସୂୟା ଦେବତାଙ୍କ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ ଲକ୍ଷ୍ନୌର ମଦର ଟେରେସା ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । କରୋନା କଟକଣା ଜନିତ ପ୍ରତିବନ୍ଧକ ଯୋଗୁଁ ଏହି ସମ୍ମାନଟି ଅନଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଶ୍ରୀମତୀ ଦେବତା କରୋନା ମହାମାରୀ ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ସାହାଯ୍ୟ କରି ସଚେତନତା ସୃଷ୍ଟି କରୁଥିଲେ । ଲୋକଙ୍କ ସମସ୍ୟାକୁ ବିଭିନ୍ନ ସମୟରେ ଲୋକଲୋଚନକୁ ଆଣି, ତାର ସମାଧାନ ପାଇଁ ସହାୟତା କରିଥିଲେ । ସଂକ୍ରମଣ ଭୟରେ ଲୋକେ ଘର ଭିତରେ ରହିଥିବା ବେଳେ ମହିଳା ଜଣକ ନିଜ ଜୀବନକୁ ଖାତିର ନ କରି ବୁଲି ବୁଲି ଲୋକଙ୍କୁ ସଚେତନ କରିଥିଲେ । ପେଶା ତାଙ୍କର ଶିକ୍ଷକତା ହେଲେ ନିଶା ହେଉଛି ସମାଜ ସେବା । ଏହା ବ୍ୟତୀତ ସେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହିତ ଗରିବ ଅସହାୟମାନଙ୍କୁ ତାଙ୍କର ସାମର୍ଥ୍ୟ ଅନୁଯାୟୀ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି । ସେ ଅନେକ ସଂଘ, ସେବା ଅନୁଷ୍ଠାନ, ସହିତ ଜଡିତ ରହି ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇ ଆସୁଛନ୍ତି । ତାଙ୍କରି ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.