jayashree

୫ଟି ଭାରତୀୟ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ାଯିବ, ପିଏମ ମୋଦୀ ଦେଲେ ସୂଚନା

ନୂଆଦିଲ୍ଲୀ : ଦେଶରେ ଇଞ୍ଜିନିୟରିଂ ପାଠ ବର୍ତ୍ତମାନ ପାଂଚଟି ଭାରତୀୟ ଭାଷାରେ ପଢ଼ାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ନୂତନ ଶିକ୍ଷା ନୀତିର ଏକ ବର୍ଷର କାର୍ୟ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦେଶର ୮ଟି ରାଜ୍ୟର ୧୧ଟି ଇଞ୍ଜିନିୟରିଂ କଲେଜ ବର୍ତ୍ତମାନ ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ ଏବଂ ବଙ୍ଗାଳୀରେ ଇଞ୍ଜିନିୟରିଂ ଶିକ୍ଷାଦାନ ଆରମ୍ଭ କରିବାକୁ ଯାଉଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଶିକ୍ଷା ପ୍ରସଙ୍ଗରେ ସମ୍ମାନୀୟ ବାପୁ ମହାତ୍ମା ଗାନ୍ଧୀ କହୁଥିଲେ ଯେ ଜାତୀୟ ଶିକ୍ଷାର ଜାତୀୟ ସ୍ଥିତି ପ୍ରକୃତରେ ଜାତୀୟ ହେବା ଉଚିତ । ନୂତନ ଶିକ୍ଷା ନୀତିରେ ଏହି ଧାରାକୁ ବଳବତ୍ତର ରଖାଯାଇଛି ।

ନୂତନ ଶିକ୍ଷା ନୀତି ଉପରେ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ଉଚ୍ଚଶିକ୍ଷାରେ ସ୍ଥାନୀୟ ଭାଷା ମାଧ୍ୟମ ଏକ ବିକଳ୍ପ ହୋଇ ପାରିଥିବାରୁ ୮ଟି ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜ ୫ଟି ଭାରତୀୟରେ ଇଞ୍ଜିନିୟରିଂ ଶିକ୍ଷା ଆରମ୍ଭ କରିବାକୁ ଯାଉଛନ୍ତି । ୧୧ଟି ଭାରତୀୟ ଭାଷାରେ ପାଠ୍ୟକ୍ରମର ଅନୁବାଦ ପାଇଁ ଏକ ଉପକରଣ ମଧ୍ୟ ପ୍ରସ୍ତୁତ କରାଯାଇଛି । ମୁଁ ଆଂଚଳିକ ଭାଷାରେ ଅଧ୍ୟୟନ ଆରମ୍ଭ କରିବାକୁ ଯାଉଥିବା ଛାତ୍ରମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏହାର ସବୁଠାରୁ ବଡ ଲାଭ ପାଇବେ ଦେଶର ଗରିବ ବର୍ଗ, ଗ୍ରାମଂଚଳରେ ରହୁଥିବା ମଧ୍ୟବିତ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ । ସଂପୃକ୍ତ ବର୍ଗରୁ ଆସୁଥିବା ଛାତ୍ରମାନଙ୍କୁ ସର୍ବାଧିକ ଭାଷା ବିଭାଜନର ସାମ୍ନା କରିବାକୁ ପଡୁଥିଲା, ଏବେ ସେମାନେ ଏହି ବ୍ୟବସ୍ଥାରେ ଲାଭାନ୍ୱିତ ହେବେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମାତୃଭାଷାରେ ଅଧ୍ୟୟନ ଗରିବ ପିଲାମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବ ଏବଂ ସେମାନଙ୍କର ଦକ୍ଷତା ଏବଂ ପ୍ରତିଭା ପ୍ରତି ନ୍ୟାୟ ଦିଆଯିବ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ପ୍ରୋତ୍ସାହିତ କରିବାର କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି । ଆଜି ଆରମ୍ଭ ହୋଇଥିବା ବିଦ୍ୟା ପ୍ରବେଶ କାର୍ୟ୍ୟକ୍ରମରେ ମଧ୍ୟ ସେମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି । ଖେଳ ବିଦ୍ୟାଳୟର ଧାରଣା କେବଳ ବଡ ସହରରେ ସୀମିତ ରହିଛି, ବିଦ୍ୟା ପ୍ରବେଶ କାର୍ୟ୍ୟକ୍ରମ ଦ୍ୱାରା ବହୁ ସୁଦୂରବ୍ୟାପୀ ହେବ । ଏହି କାର୍ୟ୍ୟକ୍ରମ ଆସନ୍ତା ସମୟରେ ଏକ ସର୍ବଭାରତୀୟ କାର୍ୟ୍ୟକ୍ରମ ଭାବରେ କାର୍ୟ୍ୟକାରୀ ହେବ ଏବଂ ରାଜ୍ୟ ସମୂହ ମଧ୍ୟ ନିଜ ନିଜ ଆବଶ୍ୟକତା ଅନୁସାରେ ଏହା ଲାଗୁ କରିବେ । ଏହାର ଆବଶ୍ୟକତା ମଧ୍ୟ ଅଛି, ଆମେ ଏହାକୁ ଆମର ଆବଶ୍ୟକତା ଅନୁଯାୟୀ କାର୍ୟ୍ୟକାରୀ କରିବା । ଦେଶର କୌଣସି ଅଂଚଳରେ ପିଲା ଧନୀ ହୁଅନ୍ତୁ କି ଗରିବ, ଖେଳିବା ଏବଂ ହସିବା ଦ୍ୱାରା ତାଙ୍କର ଶିକ୍ଷାଦାନ କରାଯିବ ଏବଂ ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ପାଇଁ ସହଜ ମଧ୍ୟ ହେବ ।

Leave A Reply

Your email address will not be published.