centurian jitm

ଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ : ବିଜେଡି ଓ କଂଗ୍ରେସ କର୍ମୀଙ୍କୁ ସ୍ଵାଗତ କରି ଦଳରେ ସାମିଲ କଲେ ବିଧାୟକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇଁନ୍ତଲା ବ୍ଲକ ବେଲଗାଁ ୩୧ନଂ ମଣ୍ଡଳର ଶତାଧିକ ବିଜେଡ଼ି ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିର ନୀତି, ଆଦର୍ଶ ଓ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟ ଦକ୍ଷତାରେ ଅନୁପ୍ରାଣିତ ହୋଇ ରବିବାର ଦିନ ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ବନ୍ଧୁମାନଙ୍କ ମିଶ୍ରଣ ଫଳରେ ଆଜି ଭାରତୀୟ ଜନତା ପାର୍ଟି ତୃଣମୂଳ ସ୍ତରରେ ଆହୁରି ମଜବୁତ ଓ ଶକ୍ତିଶାଳୀ ହେବ ବୋଲି ମୋର ଦୃଢ ବିଶ୍ୱାସ ରହିଛି ବୋଲି ବିଧାୟକ ଶ୍ରୀ ଜୈନ କହିଥିଲେ ।

Leave A Reply

Your email address will not be published.