ଶିବତଲା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଟିଏଲ୍‌ଏମ୍‌ ମେଳା ଅନୁଷ୍ଠିତ

ଶିବତଲା, (କେପିଏନ୍‌ଏସ୍‌) : ଶିବତଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଂଚଳିକସ୍ତରୀୟ ଟିଏଲ୍‌ଏମ୍‌ ମେଳା ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଗାରଟି ବିଦ୍ୟାଳୟରୁ ମୋଟ ୨୦୦ଟି ଟିଏଲ୍‌ଏମ୍‌ ପ୍ରଦର୍ଶିତ ହୋଇଥିଲା । ବଲାଙ୍ଗିର ସଦର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସଂଧ୍ୟାରାଣୀ ଧରୁଆ, ଶିବତଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶୁଭ‌ଶାନ୍ତି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ହୋଲିଶ୍ଵର ଧରୁଆ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷକ ଶେଖ ଅବଦୁଲ ଆଲମ ଟିଏଲ୍‌ଏମ୍‌ ଓ ଆକ୍ଟିଭିଟି ମେଳାର ଉଦେଶ୍ୟ ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସଂଧ୍ୟାରାଣୀ ଧରୁଆ ଏକ ମେଗା ଟିଏଲ୍‌ଏମ୍‌ ମେଳା ଅନୁଷ୍ଠିତ ହୋଇଥିବାରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଶ୍ରେଣୀ ପରିଚାଳନା କାର୍ଯ୍ୟରେ ଫଳପ୍ରଦ ହେବ ବୋଲି ମତପ୍ରକାଶ କରିଥିଲେ । ସରପଞ୍ଚ ଶ୍ରୀମତୀ ମାଝୀ ଶିକ୍ଷାଦାନ କେବଳ କଳାପଟା ଓ ଚକ୍ ଖଡିରେ ସୀମିତ ନ ରହି ଟିଏଲ୍‌ଏମ୍‌ର ବହୁଳ ବ୍ୟବହାର କଲେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି ମତପ୍ରକାଶ କରିଥିଲେ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚାଣ୍ଟିମୁଣ୍ଡାର ପ୍ରଧାନ ଶିକ୍ଷକ ରଙ୍କମଣି ବିଶ୍ଵାଳ ଶିକ୍ଷାର୍ଥୀଙ୍କ ଗୁଣାତ୍ମକ ଶିକ୍ଷାଗ୍ରହଣରେ ଶିକ୍ଷକଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଶିବତଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ କୀର୍ତ୍ତନ ବଗାର, ଗଣେଶ ବେହେରା, ଗିରିଧାରୀ ମାଝୀ, ସନ୍ତୋଷ କୁମାର ଧରୁଆ, ଦିଲ୍ଲୀପ ମେହେର, ଥିରେଶ ଚନ୍ଦ୍ର କୁମାର, ମହେଶ କୁମାର ଯୋଶୀ, ଛବିନ୍ଦ୍ର ବେହେରା, ସୁରେଶ ବଗତ୍ତୀ, ପ୍ରକାଶ କୁମାର ଯୋଶୀ, ଦୟାସାଗର ମଲ୍ଲିକ, ନୀଳମଣି ନାଏକ, ଶିକ୍ଷିକା ସଂଯୁକ୍ତା ଆଚାର୍ଯ୍ୟ, ଆନନ୍ଦିନୀ ପଣ୍ଡା, ଅଞ୍ଜଳି ନାଏକ, ପ୍ରସନ୍ନି ବେହେରା, କିଶୋରୀ ରଥ, ଶୁଭସ୍ମିତା ମହାଣା, ଶୁଭଶ୍ରୀ ବେହେରା, ସ୍ୱାଗତିକା ହୋତା, ସସ୍ମିତା ଛତ୍ରିଆ, ନିଲିମା ଦାସ, ଲିଲି ମେହେର, ରାଜଶ୍ରୀ ବାଗ, ଅନୁପମା କୁମାର, ମନିଷା ମିଶ୍ର, ପ୍ରଭାସିନୀ ସିଠା, ବିଦୁଭୁଷଣ ପ୍ରଧାନ ଓ ଚନ୍ଦନ ଭାଟି କେନ୍ଦ୍ର ସଂଯୋଜକ ବେଣୁଧର ମାଝୀ ଯୋଗଦାନ କରିଥିଲେ । ପରିଶେଷରେ ବଲାଙ୍ଗିର ବ୍ଲକର ବେଶ୍ ଜଣାଶୁଣା ସାଧନ କର୍ମୀ ତଥା ପ୍ରଧାନ ଶିକ୍ଷକ ମହାଦେବ ମେଶ୍ଵା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.