ଟିଟିଲାଗଡ ଉତ୍କଳ କରାଟେ ସ୍କୁଲ ଶାଖା ଛାତ୍ରଛାତ୍ରୀଙ୍କ ସଫଳତା : ଦୁଇ ଦିନରେ ପାଇଲେ ୧୬ ଟି ମେଡାଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୁବନେଶ୍ଵର ଠାରେ ଆୟୋଜିତ ଚାରି ଦିନିଆ ଅଲ୍ ଇଣ୍ଡିଆ କରାଟେ ଚାମ୍ପିଅନସିପ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଉତ୍କଳ କରାଟେ ସ୍କୁଲଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଦୁଇ ଦିନର ଖେଳ ସୁଦ୍ଧା ଉତ୍କଳ କରାଟେ ଆସୋସିଏସନ ଟିଟିଲାଗଡ଼ ଶାଖାର ଛାତ୍ରଛାତ୍ରୀଙ୍କ ସଫଳତା । ଦୁଇ ଦିନରେ ପାଇଲେ ୧୬ ଟି ମେଡାଲ । ତନିସା ସାହୁ ଦୁଇଟି ସ୍ୱର୍ଣ୍ଣ, ଆୟୁଷ ପଟ୍ଟନାୟକ ୧ ଗୋଲ୍ଡ ୧ ବ୍ରୋଞ୍ଜ, କୁନାଲ ହର୍ପାଲ ୨ ଟି ବ୍ରୋଞ୍ଜ, ଆୟୁଷ କୁମାର ସାହୁ ୧ ସିଲଭର, ଲଳିତ ଆଦିତ୍ୟ ବାରିକ ୧ ଗୋଲ୍ଡ, ମିରାଜ୍ ସାହୁ ୧ ବ୍ରୋଞ୍ଜ, ସାଇ ଅଂଶ ବେହେରା ୧ ବ୍ରୋଞ୍ଜ, ଶୁଭଶ୍ରୀ ବରିହା ୧ ସିଲଭର, ଆୟୁଷ୍ମାନ ବିଶି ୧ ସିଲଭର, ସର୍ମିଷ୍ଠା ଜାଲ ୨ ଟି ଗୋଲ୍ଡ, ଧୀରଜ୍ ଜେନା ୧ ବ୍ରୋଞ୍ଜ କାତା ଓ କୁମୀତେରେ ପଦକ ହାସଲ କରିଛନ୍ତି । କୋଚ ସୁରେଶ ଯାଦବଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ଶିକ୍ଷକ ରାହୁଲ ଜାଲ ଓ ଶ୍ରଦ୍ଧାଂଜଳି ଜାଲଙ୍କ ଶିକ୍ଷା ପ୍ରଦାନରେ ଏହି ସଫଳତା ହାସଲ କରିଥିବା ବେଳେ ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ସହ ଉତ୍କଳ କରାଟେ ସ୍କୁଲ ଶାଖା ସଭାପତି ମନୋଜ ହାତୀ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.