କୋସଲି ମାତୃଭାଷା ଦିବସ ପାଳିତ

ପଟଣାଗଡ଼, (ପୁସ୍ତମ ଯୁଆଡି ) : କୋସଲି ଡେରା ପାଟନାଗଡ ଦ୍ୱାରା ବିଶ୍ବ ମାତୃଭାଷା ଦିବସ ଅବସରରେ କୋସଲି ମାତୃଭାଷା ଦିବସ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ପାଲିତ ହୋଇ ଯାଇଛି ।କାର୍ଯ୍ୟକ୍ରମର ଆରମ୍ଭରେ ସଂପାଦକ ଲାଲଚନ ବଗର୍ତ୍ତୀ ‌ସ୍ୱାଗତ ଭାଷଣ ଦେଇଥିଲେ । ସଂଗଠନର ଆବାହକ ସନ୍ତୋଷ କୁମାର ଦାଶଙ୍କ ଆହ୍ୱାନରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂକିର୍ତ୍ତନ ବାଗ ଯୋଗ ଦେଇଥିଲେ । କୋସଲାଞ୍ଚଲରେ ଲୋପ ହେଇ ଯାଉଥିବା ଭାସା ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସମାଜର ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗଦେଇ ସୁସ୍ଥ ସମାଜ ଗଠନର ବାର୍ତ୍ତାଥିବା ସାହିତ୍ୟ ସାଧନା କରିବାକୁ ଯୁବପିଢି ଆଗେଇ ଆସିବାକୁ ଆହ୍ବାନ କରିଥିଲେ । ମାତୃଭାଷା ଦିବସର ମହ‌ତ୍ୱ ସଂପର୍କରେ ସମ୍ମାନୀୟ ଅତିଥି ଏବିଇଓ(ପାଟନାଗଡ) ସୁରେଶ ଚନ୍ଦ୍ର ମିଶ୍ର ଆଲୋକପାତ କରିଥିଲେ । ଶିକ୍ଷକ ନେତା ଡମ୍ବରୁଧର ପାଣିଗ୍ରାହୀ ସବୁଠାରେ କୋଶଲି ଭାଷାରେ କଥାବାର୍ତ୍ତା କରିବାକୁ ଆହ୍ବାନ କରିଥିଲେ । ସଭାପତି ଭକ୍ତବନ୍ଧୁ ବିଶ୍ବାଳ ସଭାକାର୍ଯ୍ୟ ପରିଚାଲନା କରିଥିଲେ । ସଂଯୁକ୍ତା ପରି‌ଚ୍ଛା, ସୁରୁଚି ମିଶ୍ର, ଦେବରାଜ ପାଣିଗ୍ରାହୀ, ପ୍ରହଲ୍ଲାଦ ସାହୁ, ପଞ୍ଚାନନ ଷାଣ୍ଢ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶମ୍ଭୁ ପ୍ରସାଦ ଘିଭେଲା, ଅରୁଣ ତ୍ରିପାଠୀ, ଗୋବିନ୍ଦ ମେହେର, ଜୟଦେବ ସୁନା, ସୁସାନ୍ତ ରାହା, ରଜନୀ ରଂଜନ ରଥ ପ୍ରମୁଖ ସହାୟତା କରିଥିଲେ । ଶେଷରେ ସନ୍ତୋଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.