oom

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଅଟୋ – ଟ୍ରକ ମୁହାଁମୁହିଁ, ୨ ମୃତ ଘଟଣା କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ଆଜି ଭୋର ୫ଟା ସମୟରେ ଏକ ଟ୍ରକ ଓ ଓଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଦ୍ୱୟ ହେଲେ ଶିଶକେଲା ଗ୍ରାମର ସୁବଲ ସାହୁ (୪୩), ବଡ଼ ମୁଡ଼ିଆ ମାଝୀ (୬୨) । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ଜାତୀୟ ରାଜପଥ ୨୬ରେ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଗ୍ରାମବାସୀମାନେ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବୀରେ ୨୬ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ବେଳେ ଘଟଣାସ୍ଥଳରେ ସଇଁନ୍ତଲା ତହସିଲଦାର ଯୁଗେଶ୍ୱର ଧରୁଆ, ସଇଁନ୍ତଲା, ବଡ଼ମାଲ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ବୁଝାଇବା ପାଇଁ ପାଇଁ ଚେଷ୍ଟା କରୁଥିବା ବେଳେ ପରିବାର ଲୋକେ କଥା ଶୁଣିବା ପାଇଁ ନାରାଜ । ଅନ୍ୟପଟେ ଦୁଇ ଜଣଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.