centurian jitm

ଗୁଳି କରି ଦୁର୍ଦ୍ଦାନ୍ତ ଅପରାଧୀକୁ ମାରିଦେଲେ

ଗଞ୍ଜାମ : ବାଇକରେ ଘରକୁ ଫେରୁଥିଲେ । କୁକୁଡାଫାର୍ମ ନିକଟରେ ମୁଣ୍ଡକୁ ଗୁଳି କରିଦେଲେ ଦୁର୍ବୃତ୍ତ । ତୁରନ୍ତ ଡାକ୍ତରଖାନାକୁ ନିଆଗଲା । ମୃତ ଘୋଷଣା କଲେ ଡାକ୍ତର । ଗୁୁଳିମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀର ମୃତ୍ୟୁ ।ଗଞ୍ଜାମର କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗ୍ରାମ ନିକଟରେ ଲକ୍ଷ୍ମୀନାରାୟଣ ପାଇକରାୟ ଓରଫ କୁନା ଉପରକୁ ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ କୁନାର ମୃତ୍ୟୁ ହୋଇଛି । ମୁଣ୍ଡରେ ଗୁଳି ବାଜିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କୁନା ବାଇକରେ ନିଜ ଗ୍ରାମ ଆଠଗଡ଼ପାଟଣା ଅଭିମୁଖେ ଫେରିବା ସମୟରେ ପଥରାପଲ୍ଲୀ କୁକୁଡ଼ା ଫାର୍ମ ନିକଟରେ ଗୁଳିମାଡ଼ ହୋଇଛି । କବିସୂର୍ଯ୍ୟନଗର ମେଡ଼ିକାଲରେ ମୃତଦେହ ରଖାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କୁନା ପାଇକରାୟ ନାଁରେ ଥାନାରେ ଏକାଧିକ ମାମଲା ଥିବା ସୂଚନା ରହିଛି । ସେ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଚାହୁଁଥିଲେ । ପୂର୍ବ ଶତ୍ରୁତାରୁ କେହି ତାଙ୍କୁ ଗୁଳିମାଡ଼ କରିଥିବା ପୋଲିସ ସନ୍ଦେହ କରୁଛି

Leave A Reply

Your email address will not be published.