ବିସ୍ଫୋରଣ କରି ମାଓବାଦୀମାନେ ଉଡାଇଦେଲେ ରେଳଧାରଣା

ରାଉରକେଲା : ଝାଡ଼ଖଣ୍ଡ ଚକ୍ରଧରପୁର ଲୋଟା ପାହାଡ଼ ନିକଟ ଦେଇ ଯାଇଥିବା ରେଳେ ଧାରଣାକୁ ବିସ୍ଫୋରଣ କରି ଉଡାଇ ଦେଲେ ମାଓବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ଚକ୍ରଧରପୁର ଲୋଟା ପାହାଡ଼ ନିକଟ ଦେଇ ଯାଇଥିବା ରେଳେ ଧାରଣାକୁ ବିସ୍ଫୋରଣ କରି ଉଡାଇଦେଇଛନ୍ତି ମାଓବାଦୀ । ପ୍ରାୟ ୨ ମିଟର ପର୍ୟ୍ୟନ୍ତ ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇଛନ୍ତି ମାଓବାଦୀ । ଯାହାଫଳରେ ହାଓ୍ୱଡ଼ା ମୁମ୍ବାଇ ଭାୟା ରାଉରକେଲା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ରେଳଓ୍ୱ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି । ସେହିପରି ଘଟଣା ଘଟିଥିବା ସ୍ଥାନ ନିକଟରେ ଏକ ମାଓ ପୋଷ୍ଟର ମଧ୍ୟ ମରାଯାଇଥିବାର ଦେଖିବାକୁ ମିଳିଛି । ଭାରତ ବନ୍ଦକୁ ସମର୍ଥନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.