ବନ୍ଦ ଡାକରାକୁ ସଫଳ କରିବା ପାଇଁ ମାଓବାଦୀଙ୍କ ପୋଷ୍ଟର

କଳାହାଣ୍ଡି/ ବାଲିଗୁଡା , (କେପିଏନ୍‌ଏସ୍‌) : କନ୍ଧମାଳ ଜିଲ୍ଲା ୫୯ ନମ୍ବର ଜାତୀୟ ରାଜପଥ ଗୋପାଳପୁର ରାୟପୁର ରାସ୍ତା କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଦାରିଙ୍ଗବାଡି ଛକରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ପୋଷ୍ଟରରେ ଅଗଷ୍ଟ ୧୮ ରୁ ୨୪ ବନ୍ଦ ଡାକରାକୁ ସଫଳ କରିବାକୁ ମାଓ ପୋଷ୍ଟରରେ ଉଲ୍ଲେଖ ଅଛି । ଗତ କିଛି ଦିନ ତଳେ ଯବାନ ଗୁଳିରେ ମୃତ୍ୟୁ ବରଣ କରିଥିବା ସହିଦଙ୍କ ଉଦ୍ଦେଶ୍ୟରେ ପୋଷ୍ଟର ମାଧ୍ୟମରେ ଲାଲ ସଲାମ ଜଣାଇଛନ୍ତି ମାଓ ଡିଭିଜନର କେ.କେ.ବି.ଏନ ଡିଭିଜନ ପକ୍ଷରୁ ମାଓ ଜାରି । ଖୋଲା ଖୋଲି ଭାବେ ଥାନାର ମାତ୍ର ଦୁଇ କିଲୋମିଟର ଦୂରରେ ମାଓ ପୋଷ୍ଟର ଲାଗଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ।

Leave A Reply

Your email address will not be published.