ବୈପାରୀଗୁଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର, ପଥର କୁଆଁରୀକୁ ବିରୋଧ

ବୈପାରୀଗୁଡା : କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତର କଟ୍ରାଗୁଡା ସ୍ଥିତ ଖେମାବେଡା ପଥର କୁଆରିରେ ଲାଗିଛି ମାଓ ପୋଷ୍ଟର । ଧଳା ରଙ୍ଗର କାଗଜରେ ଲେଖା ଯାଇଥିବା ପୋଷ୍ଟର କୁଆଁରୀର ବିଭିନ୍ନ ସ୍ଥାନରେ ଲାଗିଛି । କୁଆଁରୀ ନିକଟରେ ଥିବା ଗଛ, ଗାଡି ଏବଂ କୁଆରୀ ଘର କାନ୍ଥରେ ଏଭଳି ପୋଷ୍ଟର ଲାଗିଛି ।

ସିପିଆଇ ମାଓବାଦୀ ପକ୍ଷରୁ ବ୍ୟାନର ଲଗାଯାଇଥିବା ନେଇ ଉଲ୍ଲେଖ ଅଛି । ପଥର କୁଆଁରୀର ମ୍ୟାନେଜର ସମେତ ଷ୍ଟାଫ୍ ନିଜ ନିଜ ଘରକୁ ଚାଲିଯାଆନ୍ତୁ, ନହେଲେ ସମସ୍ତଙ୍କୁ ମାରି ଦିଆଯିବ । ୧୫ ତାରିଖ ସୁଦ୍ଧା ୧୨ ଲକ୍ଷ ଟଙ୍କା ନଦେଲେ ସମସ୍ତ ମେସିନ ଏବଂ ଗାଡ଼ି ପୋଡ଼ି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏପରି ଧମକପୂର୍ଣ୍ଣ ପୋଷ୍ଟର ଲାଗିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେପଟେ ଘଟଣାସ୍ଥଳରେ ବୈପାରୀଗୁଡା ପୋଲିସ ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.