oom

ବନ୍ଧପଡ଼ା ହାଇସ୍କୁଲକୁ ମିଳିଲା ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲର ମାନ୍ୟତା : ଶିକ୍ଷାଦାନ ଆରମ୍ଭ ହେବାରେ ବିଲମ୍ବ ନେଇ ଛାତ୍ରଛାତ୍ରୀ ଚିନ୍ତିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ଶିକ୍ଷା ବର୍ଷରେ ଦେଓଗାଁ ବ୍ଳକର ବନ୍ଧପଡ଼ା ହାଇସ୍କୁଲକୁ ଉନ୍ନିତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଘୋଷଣା କରିବା ପରେ ସମଗ୍ର ଦେଓଗାଁ ବ୍ଲକର ଶିକ୍ଷା ପ୍ରେମୀ ମହଲରେ ଆନନ୍ଦର ଲହରି ଖେଳିଯାଇଥିଲା । ହେଲେ ଦିନକୁ ଦିନ ଶିକ୍ଷା ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାରେ ବିଳମ୍ବ ହେଉଥିବାରୁ ନାମ ଲେଖାଇବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅବିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୧୯/୭/୨୨ରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସା (ଆଇଏଏସ୍‌)ଙ୍କ ପତ୍ର ସଂଖ୍ୟା ୮୮୦୭ରେ ଜଣାପଡ଼ିଥିଲା ଯେ, କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ପ୍ରୋଜେକ୍ଟ ଏପୃଭାଲ ବୋର୍ଡ଼ (ପିଏବି) ବନ୍ଧପଡ଼ା ହାଇସ୍କୁଲରେ ଚଳିତ ଶିକ୍ଷା ବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ କଳା ଖୋଲିବାକୁ ସ୍ବିକୃତି ପ୍ରଦାନ କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ବନ୍ଧପଡ଼ା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ନୂଆଁ ଆଶା ଦେଖାଯାଇଥିଲା । ଏହି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଉଚ୍ଚ ଶିକ୍ଷାଦାନ ପାଇଁ ବହୁ ଦିନରୁ ଦାବୀ କରାଯାଉଥିଲା ।

jittmm
Leave A Reply

Your email address will not be published.