ବିଭୂତି ଭୂଷଣ ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ

ମ.ରାମପୁର, (ହେମନ୍ତ ସାହୁ) : ଓଡିଶା ପ୍ରଦେଶ କଂଗ୍ରେସ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ଏହି କ୍ରମରେ ମ.ରାମପୁର ବ୍ଲକର କଂଗ୍ରେସ ଦଳର ଜଣେ ଲଢୁଆ ଯୁବନେତା ବିଭୂତି ଭୂଷଣ ମହାଖୁଡ଼ଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ବିଭୂତି ପୂର୍ବରୁ ମ.ରାମପୁର ବ୍ଲକ ଯୁବ କଂଗ୍ରେସ, ବ୍ଲକ କଂଗ୍ରେସ କମିଟିର ସଭାପତି ତଥା ପିସିସି ରାଜ୍ୟ ସଦସ୍ୟ ଓ ଅନ୍ୟାନ୍ୟ ପଦପଦବୀରେ ରହି ଦଳକୁ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ନେତୃତ୍ୱ ନେଇଛନ୍ତି । ଏଣୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି । ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଥିବାରୁ କଂଗ୍ରେସର ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାଧାରଣ ସମ୍ପାଦକ ଭାବେ ଚୟନ ପରେ ବିଭିନ୍ନ ମହଲରୁ ଶୁଭେଛୁମାନେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.