jayashree

ନଦୀନାଳ ଛାଡି କ୍ଷେତରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରତିବର୍ଷ ଶୀତ ଋତୁ ଆସିଲେ ଗଞ୍ଜାମ ଋଷୁକୁଲ୍ୟା ମୁହାଣଠାରେ ବିଭିନ୍ନ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ମଙ୍ଗୋଲିଆ ପକ୍ଷୀ ଅନ୍ୟତମ । ମଙ୍ଗୋଲିଆ ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ବାହାରି ନଦୀ କିମ୍ବା ନାଳରେ ହଜାର ହଜାର ସଂଖ୍ୟକ ପକ୍ଷୀ ରୁଣ୍ଡ ହୋଇଥାନ୍ତି । ଏବେ କିନ୍ତୁ ଉକ୍ତ ମଙ୍ଗୋଲିଆ ପକ୍ଷୀମାନେ ନଦୀନାଳ ଛାଡି ବିଭିନ୍ନ ଶସ୍ୟ କ୍ଷେତରେ ଥିବା ଦେଖିବାକୁ ମିଳିଛି । ଶସ୍ୟକ୍ଷେତରୁ ଧାନ ମୁଗ ବିରି ମାଣ୍ଡିଆ ଆଦି ଅମଳ କରି ନିଆଯିବା ପରେ ଜମି ଗୁଡିକରେ ଝଡିପଡି ଥିବା ଧାନ ମୁଗ ଆଦିକୁ ଆହାର ଭାବେ ବାଛି ନେଇଥାନ୍ତି । ସନ୍ଧ୍ୟା ହେବା ପରେ ଦଳ ଦଳ ହୋଇ ଆକାଶ ମାର୍ଗରେ ନିଜ ଇଲାକାକୁ ଚାଲିଯାନ୍ତି ବୋଲି ପରିବେଶବିତ ମାନେ ମତ ଦେଇଛନ୍ତି । ବିଶେଷ କରି ଏହି ପକ୍ଷୀମାନଙ୍କ ଓଜନ ତିନି କିଲୋରୁ ଅଧିକ ଥିବା ବେଳେ ସେମାନଙ୍କ ଉଚତା ୨୮ରୁ ୩୯ ଇଞ୍ଚି ହୋଇଥାଏ । ଏହି ପକ୍ଷୀ ଓଡିଶାର ଚିଲିକା, ନୀଳବଣ ଏବଂ ବିଭିନ୍ନ ହ୍ରଦ ମାନଙ୍କରେ ଦେଖା ଦେଇଥାନ୍ତି ।

Leave A Reply

Your email address will not be published.