ଗୌଡ଼ଗୋଠ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରବିବାର ଦିନରୁ ଦେଓଗାଁ ବ୍ଳକ ଗୌଡ଼ଗୋଠର ବହୁ ପ୍ରତିକ୍ଷୀତ ଶ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇଯାଇଛି । ରବିବାର ଦିନ କଳସଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ହୋଇଥିବା ବେଳେ ସୋମବାର ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇଛି । ଆସନ୍ତା ୧୩ ତାରିଖ ଦିନ ପୂର୍ଣ୍ଣାହୂତି ଓ ୧୪ତାରିଖ ଶୁକ୍ରବାର ଦିନରୁ ୨୪ପ୍ରହର ନାମଯଜ୍ଞ ଆରମ୍ଭ ହେବ । ସେହିପରି ୧୭ତାରିଖ ସୋମବାର ଦିନ ପୂର୍ଣ୍ଣାହୂତି ହେବ । ମନ୍ଦିର ପ୍ରତିଷ୍ଠା କର୍ତ୍ତା ଭାବେ ସସ୍ମିତା ରଣା ଓ ରାମାନନ୍ଦ ରଣା, ପ୍ରହର କର୍ତ୍ତା ଭାବେ କଲ୍ୟାଣୀ ରଣା ଓ ସରୋଜ ରଣା ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ବିକ୍ରମ ଦାଶ ଓ ଆଚାର୍ଯ୍ୟ ଭାବେ ଆଚାର୍ଯ୍ୟ ଧରଣୀଧର ମିଶ୍ର ଦାୟିତ୍ୱ ନେଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.