oom

ପୁଣି ଚମକିଲେ ଗଞ୍ଜାମ ଝିଅ ମନସ୍ୱିନୀ : ଦୁଃସାହସିକ ସାମୁଦ୍ରିକ କ୍ରୀଡା ଏସିଆ ଉଇଣ୍ଡ ସର୍ଫିଙ୍ଗ୍‌ ଚମ୍ପିୟାନସିପ୍‌ରେ ସ୍ଵର୍ଣ୍ଣ ପଦକ ହାସଲ, ଆର୍‌ଏସ୍‌ଏକ୍ସ ଭାରତ ଏକ ନମ୍ବର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୁଣି ଚମକିଛନ୍ତି ଗଞ୍ଜାମର ସୁନାଝିଅ ମନସ୍ୱିନୀ ମହାରଣା । ଦୁଃସାହସିକ ସାମୁଦ୍ରିକ କ୍ରୀଡା ଏସୀୟ ଉଇଣ୍ଡ ସର୍ପିଙ୍ଗ୍‌ ଚମିୟାନ୍‌ସିପ୍‌ରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏନେଇ ଗୋଲ୍ଡ ମେଡଲ ପାଇଥିବା ଓଡ଼ିଆ ଝିଅ ମନସ୍ୱିନୀଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ ପାଣିବନ୍ଧ ଗ୍ରାମର ଭାସ୍କର ମହାରଣା ଓ ପ୍ରମିଳା ମହାରଣାଙ୍କ ଝିଅ ମନସ୍ୱିନୀ ମୁମ୍ବାଇର କୋଲାବା ପୋର୍ଟ ବାନ୍ଦର ଭାରତୀୟ ନାଭାଲ ୱାଟରମ୍ୟାନ୍‌ସିପ୍‌ ଟ୍ରେନିଂ ସେଣ୍ଟରଠାରେ ମେ’ ୮ରୁ ଆରମ୍ଭ ହୋଇଥିବା ଏସୀୟ ଗେମ୍ସ ଚୟନ ଚମ୍ପିୟାନ୍‌ସିପ୍‌ର ଦ୍ୱିତୀୟ ରାଉଣ୍ଡରେ ସ୍ଵର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଯାହାକୁ ନେଇ ଭାରତ, ଓଡିଶା ରାଜ୍ୟ ଓ ଗଞ୍ଜାମ ପାଇଁ ଗୌରବ ଆଣି ଦେଇଛନ୍ତି ।ଫଳରେ ଭାରତୀୟ ଆର୍‌ଏସ୍‌ଏକ୍ସ ଶ୍ରେଣୀରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଆୟୋଜିତ ଏହା ଏକ ମଲ୍ଟି କ୍ଳାସ ଚମ୍ପିୟାନ ସିପ୍‌ ପ୍ରତିଯୋଗିତାରେ ୯୮ ଜଣ ଖେଳାଳି ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୨୮ ଜଣ ମହିଳା ଖେଳାଳି ଅଂଶ ଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ସମୁଦ୍ର ବୁଡାଳି ସବୀର ବକ୍ସଙ୍କ ତତ୍ୱାବଧାନରେ ୨୦୧୩ ମସିହାରୁ ଏହି ଦୁଃସାହସିକ ସାମୁଦ୍ରିକ କ୍ରୀଡା ଉଇଣ୍ଡ ସର୍ପିଙ୍ଗ୍‌ରେ ଗୋଟିଏ ପରେ ଗୋଟିଏ ସଫଳତା ଅର୍ଜନ କରି ଗଞ୍ଜାମ ଅଞ୍ଚଳ ପାଇଁ ଗୌରବ ଆଣିଦେଇଥିବା ଗଞ୍ଜାମର ସୁନାଝିଅ ମାନସ୍ୱିନୀଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ଏନେଇ ଗଞ୍ଜାମ ପ୍ରେସ୍‌ କ୍ଲବ ପକ୍ଷରୁ ଉପଦେଷ୍ଟା ଉମାକାନ୍ତ ବେହେରା ଓ ସଭାପତି ଶବର କୁମାର ତରାଇ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଯାଇଛନ୍ତି ।

jittmm
Leave A Reply

Your email address will not be published.