ମାନସ ମଙ୍ଗରାଜଙ୍କୁ ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ଭଲ ମଣିଷ ସାଙ୍ଗକୁ ଜଣେ ଦକ୍ଷ ସଂଗଠକ । ରାଜ୍ୟର ସ୍ୱାର୍ଥ ପାଇଁ ସମର୍ପିତ ମାନସ ମଙ୍ଗରାଜଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିବା ସହ ତାଙ୍କୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛନ୍ତି । ଏହା ବାସ୍ତବିକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଶ୍ରୀ ମଙ୍ଗରାଜ ଆହୁରି ଆଗକୁ ଯାଆନ୍ତୁ । ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ବରିଷ୍ଠ ସାମ୍ବାଦିକ ଶିଶିର ଭାଟ୍ଟମିଶ୍ର ଏକ ବାର୍ତ୍ତାରେ କହିଛନ୍ତି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ମାନସ ଆମର ସହପାଠୀ ଥିଲେ । ମାନସ ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କଲେ ଆଉ ମୁଁ ବି ତାଙ୍କ ସହକର୍ମୀ ଥିଲି । ସାମ୍ବାଦିକତା ବେଳେ ସହକର୍ମୀ ହୋଇଥିଲେ ବି ତାଙ୍କ ରିପୋର୍ଟିଂ ଶୈଳୀର ମୁଁ ଥିଲି ଫ୍ୟାନ୍ । ବହୁବର୍ଷ ପରେ ପୁଣି ତାଙ୍କ ସହ କାମ କରିବାର ସୁଯୋଗ ନନ୍ଦିଘୋଷ ଟିଭି ଆଣିଦେଇଛି । ଆଜି ଯେତେବେଳେ ସେ ପାର୍ଲ୍ୟାମେଣ୍ଟକୁ ଯାଉଛନ୍ତି ମୁଁ ଆନନ୍ଦିତ ବୋଲି କହିଛନ୍ତି । ପୁଣି ତାଙ୍କୁ ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା କରିଛନ୍ତି ଶ୍ରୀମାନ ଭାଟ୍ଟମିଶ୍ର ।

Leave A Reply

Your email address will not be published.