oom

ଏବେବି ବଞ୍ଚିଛି ମାନବିକତା : ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ବିଜେଡି ଯୁବ ସଭାପତି ସୁଧିର କୁମାର ପାଢ଼ୀ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭୁବନେଶ୍ୱର ଠାରୁ ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଅଭିମୁଖେ ଆସୁଥିବା ଖମ୍ବେଶ୍ଵରୀ ଘରୋଇ ବସରେ ବୁଧୁବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ବସରେ ଯାଉଥିବା ଜଣେ ମହିଳାଙ୍କ ହଠାତ ମୃତ୍ୟୁ ହୋଇଯିବା ଫଳରେ ବସରେ ଯାଉଥିବା ଯାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରି ମୃତ ଶରୀରକୁ ମେଡିକାଲ ପଠାଇବା ପରିବର୍ତ୍ତେ ଗଞ୍ଜାମ ଏନ୍‌ଏସି ଜାତୀୟ ରାଜପଥ ରାସ୍ତା କଡ ଶନି ମନ୍ଦିରଠାରେ ଓହ୍ଲାଇ ଦେଇ ଚାଲିଯାଇଥିଲେ । ମିଳିଥିବା ସୂଚନାନୁଯାୟୀ ପୁଅ ସୁଜିତ ସ୍ୱାଇଁ ନିଜର ଅସୁସ୍ଥ ମାଆଙ୍କ ଚିକିତ୍ସା ପାଇଁ ମାଆଙ୍କୁ ନେଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ନେଇଥିଲେ । ସେଠାରୁ ଚିକିତ୍ସା ପରେ ସେମାନେ ଘରକୁ ଫେରୁଥିବା ବେଳେ ବସ ଭିତରେ ମାଆ କିଛି ନ କହିବାରୁ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଅବଗତ କରାଇଥିଲେ । ଅବଗତ ପରେ ବସ ଷ୍ଟାପ ତାଙ୍କ ମାଙ୍କ ଶରୀର ଓ ପୁଅକୁ ଡାକ୍ଟରଙ୍କ ବିନା ପରାମର୍ଶରେ ମେଡିକାଲ ବା ଘରକୁ ଫେରାଇବା ବ୍ୟବସ୍ଥା ନକରି ଅଧା ରାସ୍ତାରେ ଛାଡି ଚାଲି ଯାଇଥିଲେ । ଯାହାକୁ ସ୍ଥାନୀୟ ଅଞ୍ଚଳବାସୀ ନିନ୍ଦା କରିଛନ୍ତି । ଜାତୀୟ ରାଜପଥରେ ବହୁ ଲୋକ ଯିବା ଆସିବା କରୁଥିଲେ ହେଁ କେହି ସାହାଯ୍ୟ ପାଇଁ ହାତ ବଢାଇ ନଥିଲେ । ଗଞ୍ଜାମ ସହରର ଯୁବ ସ୍ବେଛାସେବୀ ତଥା ବିଜେଡି ଯୁବ ସଭାପତି ସୁଧିର କୁମାର ପାଢ଼ୀ ଖବର ପାଇ ତାଙ୍କ ପାଖରେ ପହଂଚି ସହାୟତା କରିବା ସହ ନିଜେ କିଛି ଆର୍ଥିକ ସାହାୟତା କରି ଅନ୍ୟମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ । ମାନବିକତାର ପରିଚୟ ଦେଇଥିବାରୁ ବୁଦ୍ଧିଜୀବୀ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି । ସେମାନଙ୍କ ଘର ପାଟପୁର ଥାନା ଅନ୍ତର୍ଗତ ଗୌତ୍ତମୀ ପଞ୍ଚାୟତର ପଦ୍ମତୋଳା ଗାଁ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.