ଫିଲ୍ମ ଡାଇରେକ୍ଟର ବାପି ଡେଭିଡଙ୍କ ହୃଦ୍ ଘାତରେ ମୃତ୍ୟୁ : ଅଞ୍ଚଳରେ ଦୁଃଖର ମାହୋଲ୍

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏକ୍ସମାସ ଉପଲକ୍ଷେ ସିଏନଆଇ ଚର୍ଚ୍ଚର ପରିବାର ସଦସ୍ୟମାନଙ୍କ ମଧ୍ୟରେ ସିନିଅର୍ ଜୁନିଅର ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ସିଟି ସ୍କୁଲ ଖେଳ ପଡ଼ିଆରେ ଚାଲିଥିଲା । ସେଠାରେ ସମସ୍ତେ ମିଶି ଖେଳୁଥିଲେ ବାପି ଡେଭିଡ । ତେବେ ୱିକେଟ କିପିଂ କରି ଛ ଓଭର ଖେଳ ଖେଳିବା ପରେ ହଠାତ୍ ପଡିଆ ବାହାରକୁ ବାହାରି ଆସି ଗୋଟାଏ ଜାଗାରେ ବସିଲେ । ସେଠାରେ ହଠାତ୍ ଅସୁସ୍ଥ ଅନୁଭବ କଲାପରେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ନିଜେ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ, ସେଠାରେ ଡାକ୍ତର ତାଙ୍କୁ ପ୍ରଥମ ଷ୍ଟ୍ରୋକ ହୋଇଛି ବାହାରକୁ ନେବା ପାଇଁ କହିଥିଲେ । ସରକାରୀ ଡାକ୍ତର ଖାନାରେ ହିଁ ଦ୍ୱିତୀୟ ଷ୍ଟ୍ରୋକ ହେବାପରେ ଡାକ୍ତର ବାହାରକୁ ନେବାପାଇଁ ପରାମର୍ଶ ଦେଇଥିଲେ । ତାଙ୍କୁ ବଲାଙ୍ଗିର ନେବା ବାଟରେ ହିଁ ଜୀବନ ଚାଲି ଯାଇଥିଲା । ଟିଟିଲାଗଡ଼ ଅଞ୍ଚଳର ଫିଲ୍ମ ଡାଇରେକ୍ଟର ବାପି ଡେଭିଡକ ମର ଶରୀରକୁ ନେଇ ଟିଟିଲାଗଡ଼ ନିଜସ୍ଵ ଘରକୁ ଆଣୁଥିବା ଜଣାପଡିଛି । ତେବେ ବାପି ଡେଭିଡ ଟିଟିଲାଗଡ଼ ଅଞ୍ଚଳର ଜଣେ ପରିଚିତ ଫିଲ୍ମ ଡାଇରେକ୍ଟର ଯିଏ କି ସମସ୍ତ କଳାକାରଙ୍କ ସହ ମିଶି ବହୁତ ସିରିଏଲ୍, ଫିଲ୍ମ ନିର୍ମାଣରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ଆଜି ଟିଟିଲାଗଡ଼ ମାଟି ଆଉ ଜଣେ ଦକ୍ଷ କଳା ଜଗତର ଡାଇରେକ୍ଟରଙ୍କୁ ହରାଇଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.