ମହଙ୍ଗା ପଡିଲା ସ୍କୁଲ୍‌କୁ ମାତାଲ ହୋଇ ଆସିବା

ଟିଟିଲାଗଡ : ମଦ ପିଇ ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ । ଅଭିଯୋଗ ପରେ ନିଲମ୍ବିତ କଲେ ବ୍ଲକ ଶିକ୍ଷା ଅଧିକାରୀ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକର ବୁଢ଼ାବାହାଲ ପଞ୍ଚାୟତର ଧୁମାପାଲି ଗାଁ ପ୍ରାଥମିକ ବିଦ୍ୟାଳୟରୁ ।
ଖବର ଅନୁଯାୟୀ, ଧୁମାପାଲି ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ କମଲାକାନ୍ତ ଭୋଇ ପ୍ରତ୍ୟହ ବିଦ୍ୟାଳୟକୁ ଆସନ୍ତି ନାହିଁ । ଆଉ ଯେତେବେଳେ ଆସନ୍ତି ମଦପିଇ କରି ଆସନ୍ତି । ଶିକ୍ଷକ କମଳାକାନ୍ତ ନିଶାରେ ବିଶୃଙ୍ଖଳିତ ଆଚରଣ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ବିଦ୍ୟାଳୟରେ କାର୍ଯ୍ୟରତ ରୋଷେୟାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ବିଭାଗୀୟ ତଦନ୍ତ ପରେ ସମ୍ପୃକ୍ତ ଶିକ୍ଷକ କମଳାକାନ୍ତ ଭୋଇଙ୍କୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.