om academy

୧୬ ଚକିଆ ଟ୍ରକ ମାଡିଗଲା ଘର ଉପରେ

jsm

ରାଇରଙ୍ଗପୁର, (କେପିଏନ୍‌ଏସ୍‌) : ଘର ଉପରେ ମାଡିଗଲା ୧୬ ଚକିଆ ଟ୍ରକ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ୨୨୦ ବହଲଦା ଥାନା ଗମ୍ଭାରିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘର ଉପରକୁ ମାଡିଯାଇଥିଲା । ଫଳରେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାରର ସଦସ୍ୟମାନେ । ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଘର ମାଲିକର ନାମ ହେଉଛି ପୂର୍ଣ୍ଣିମା ମିଟ୍‌ ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର୍‌ ମାରିଥିବା ବେଳେ ଲୋକଙ୍କ ମଧ୍ୟରେ କ୍ଷତିପୂରଣ ଦାବୀ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥଲା । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.