oom

ଦେଶୀ ମଦଭାଟୀ ଉପରେ ପୋଲିସର ଚଢାଉ : ଜଣେ ଗିରଫ

jsmm

ଜି.ଉଦୟଗିରି : ଏକ ଦେଶୀ ମଦଭାଟୀ ଉପରେ ଜି.ଉଦୟଗିରି ପୁଲିସ ଚଢାଉ କରି ୨୦ ଲିଟର ଦେଶୀ ମଦ ଜବତ ସହ ୮୦ ଲିଟର ମହୁଲି ପାଉଚ ନଷ୍ଟ କରିଥବା ବେଳେ ଏହା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଏଏସଆଇ ବିନୟ କୁମାର ମହାରଣା ନିଜ ଟିମ୍‌ ସହ ଜି.ଉଦୟଗିରି ଥାନା ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର ବିଲାଭାଡା ଗ୍ରାମର ଏକ ଦେଶୀ ମଦ ଭାଟି ଉପରେ ଚଢାଉ କରି ୨୦ ଲିଟର ଦେଶୀ ମଦ ଜବତ କରିବା ସହ ୮୦ ଲିଟର ମହୁଲୀ ପାଉଚ ନଷ୍ଟ କରିଥିବା ବେଳେ ଜଣେ ମହିଳାକୁ ଗିରଫ କରି ଥାନା କେସ ନଂ ୧୦/୨୨, ଧାରା ସେକ୍ସନ୍ଉି ୫୨(ଏ) ଓଡିଶା ଅବକାରୀ ଆଇନ ବଳରେ ଏକ ମାମଲା ରୁଜୁ କରିଛନ୍ତି ।

jittmm
Leave A Reply

Your email address will not be published.