oum

ଜାମପାଣି ଗାଁରେ ମଦ ବିରୋଧୀ ଆନ୍ଦୋଳନ

jsm

ନୂଆପଡା, (ନିରାକାର ମେହେର) : ଛୋଟ ଗାଁରେ ବଡ଼ ପ୍ରୟାସ । ମଦମୁକ୍ତି ପାଇଁ ଅଣ୍ଟା ଭିଡ଼ିଲେ ଗାଁର ଛୋଟରୁ ବଡ଼ ସମସ୍ତେ । ଗାଁ ଦାଣ୍ଡରେ ଦେଶୀ ମଦ ପାଉଚକୁ କଚାଡି ନଷ୍ଟ କରିଛନ୍ତି ଆନ୍ଦୋଳନକାରୀ । ଗାଁରେ ଛୋଟ ବଡ଼ ମଦ କୋଠୀ ଗଢି ଉଠିଥିବାରୁ ଏବେ ମଦର ଗଡ଼ ପାଲଟିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଜାମପାଣି ଗାଁ । ଗାଁର ବିଭିନ୍ନ ସାହିର ଲୋକେ ଏକଜୁଟ ହୋଇ ଗାଁ ପରିକ୍ରମା କରିଛନ୍ତି ମଦ ମୁକ୍ତି ଆନ୍ଦୋଳନ । ଗାଁର ସବୁ ସାହି କୁ ଯାଇ ଲୋକଙ୍କୁ ସଚେତନତା କରିବା ସହ ମଦ ବିରୋଧୀ ଆନ୍ଦୋଳନ ନାରା ବାଜା କରିଥିଲେ ଆନ୍ଦୋଳନକାରୀ । ଗାଁରେ ଥିବା ମଦ କୋଠୀକୁ ଉଚ୍ଛେଦ ଦାବୀ ନେଇ ଗାଁ ଦାଣ୍ଡରେ ଦେଶୀ ମଦ ପାଉଚକୁ ମଧ୍ୟ ନଷ୍ଟ କରିଥିଲେ ଆନ୍ଦୋଳନକାରୀ । ଏହି ଆନ୍ଦୋଳନରେ ଛୋଟ ରୁ ବଡ଼ ସମସ୍ତେ ସାମିଲ ହୋଇ ଗାଁର ମଦ କୋଠୀ ମାନଙ୍କୁ ଯାଇ ବନ୍ଦ କରିବା ପାଇଁ ଦରଖାସ୍ତ ଦେଇଥିଲେ । ଜାମପାଣି ଗାଁ ଭଳି ଛୋଟ ଗାଁରେ ଛତୁ ଫୁଟିଲା ଭଳି ମଦ କୋଠି ଖୋଲିଛି । ଫଳରେ ଗାଁ ଲୋକେ ମଦ ମୁହାଁ ହେବା ସହ ଅର୍ଥହାନୀ ହେଉଛନ୍ତି । ଏହାକୁ ନେଇ ଜାମପାଣି ଗାଁକୁ ମଦ ମୁକ୍ତି କରିବା ପାଇଁ ଆଗେଇ ଆସିଛନ୍ତି ଗାଁର ମହିଳା ଏବଂ ଯୁବକ ମାନେ । ବିଶାଲ ରାଲି କରି ମଦ ମୁକ୍ତି ନାରା ଦେବା ସହ ଜାମ ପାଣି ଗାଁକୁ ମଦ ସପ୍ଲାଇ ବନ୍ଦ କରିବା ପାଇଁ ଧୀଙ୍ଗିଆମୁଣ୍ଡା ମଦଭାଟି ମେନେଜରକୁ ଏକ ଦରଖାସ୍ତ ଦେଇଛନ୍ତି ଆନ୍ଦୋଳନକାରୀ । ତେବେ ଗାଁରେ ହୋଇଥିବା ମଦ ମୁକ୍ତି ଆନ୍ଦୋଳନ କେତେଦୂର ସଫଳ ହେଉଛି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.