ଓଲଟିଲା ମଦ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଗୋତିଗୁଡା ନିକଟରେ ଥିବା ୩୨୬ ନମ୍ବର ରାଜ୍ୟ ରାଜପଥରେ ବିଦେଶୀ ମଦ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ଥିବା ଦେଖିବାକୁ ମିଳିଛି । ପିକ୍‌ଅପ୍ ଭ୍ୟାନ୍‌ଟି ରାୟଗଡା ଦେବଦଳା ମଦ ଡିପୋରୁ କଳାହାଣ୍ଡି ଜିଲ୍ଲାର ଜୟପାଟଣାକୁ ଯାଉଥିବା ବେଳେ ଗୋତିଗୁଡା ନିକଟରେ ପିକ୍‌ଅପ୍ ଭ୍ୟାନ୍‌ର ପଛ ଟାୟାର ଫାଟି ଯାଇଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଦୁର୍ଘଟଣାରେ ଗାଡିରେ ବସିଥିବା ଡ୍ରାଇଭର ସାମନ୍ୟ ଆହତ ହୋଇଥିବା ବେଳେ ଗାଡିରେ ରହିଥିବା ମଦ ସବୁ ତଳେ ପଡିଯାଇଥିଲା । ସ୍ଥାନୀୟ ଲୋକେ ମଦ ନେଉଥିବା ବେଳେ ଗାଡି ଡ୍ରାଇଭର ଆକଟ କରୁଥିଲେ ସୁଦ୍ଧା ଅମାନିଆଲୋକେ ଖାତିର ନ କରି ମଦ ବୋତଲ ସବୁ ବୋହି ନେଇଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବିଷମ କଟକ ପୋଲିସ୍ ଦୁର୍ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ଘଉଡାଇ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.