୧୯୬ ବୋତଲ ନକଲି ବିଦେଶୀ ମଦ ଜବତ : ବିଦେଶୀ ମଦ ଦୋକାନରେ କାମ କରୁଥିବା ୨ କର୍ମଚାରୀ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ଼ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରାମବ୍ରତ ସାହୁ ଓ ଗୌତମ ମହନ୍ତ । ମିଳିଥିବା ରିପୋର୍ଟ ମୁତାବକ, ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ଼ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲରେ ଥିବାରେ ସରକାରୀ ମଦ ଦୋକାନ ଓ ପାଟଣାଗଡ଼ ରାମପୁର ଏଫଏଲ ସପରେ କାମ କରୁଥିବା କମର୍ଚାରୀ ରହୁଥିବା ଏକ ଭଡ଼ା ଘର ଉପରେ ଚଢ଼ଉ କରିଥିଲା । ଏହି ସମୟରେ ୧୯୬ ବୋତଲ ନକଲି ବିଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ଜବତ ହୋଇଥିବା ନକଲି ମଦର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଗୋଇନ୍ଦା ଇନ୍ସପେକ୍ଟର ସୂଚନା ଦେଇଛନ୍ତି । ଚଢ଼ଉ ସମୟରେ ଅବକାରୀ ଉପଅଧୀକ୍ଷକ ବିପ୍ରଚରଣ ମଣ୍ଡଳ ଓ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ବିଶ୍ୱନାଥ ପରିଡ଼ାଙ୍କ ଅନ୍ୟ କମର୍ଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.