ମାଁ ମାହେଶ୍ଵରୀ ସେନା ତରଫରୁ ବଲାଙ୍ଗିର ଜିଲ୍ଲା ଶ୍ରମିକ ଭବନଠାରେ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଁ ମାହେଶ୍ଵରୀ ସେନା ତରଫରୁ ବଲାଙ୍ଗିର ଜିଲ୍ଲା ଶ୍ରମିକ ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଁ ମାହେଶ୍ଵରୀ ସେନା ଦ୍ଵାରା ବିଗତ ଦିନ ମାନଙ୍କରେ ହୋଇଥିବା କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହ ନୂତନ ଭାବେ ଜିଲ୍ଲାସ୍ତରୀୟ କମିଟି ଗଠନ କରଯାଇଥିଲା । ମାଁ ମାହେଶ୍ଵରୀ ସେନାର କେନ୍ଦ୍ରୀୟ ସଦସ୍ୟ ଥବିର କର୍ମୀଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ନିଷ୍ପତ୍ତି କ୍ରମେ ସଭାପତି ଭାବେ ମନୋଜ କରନ, ସଂପାଦକ ରମାକାନ୍ତ ମେଶ୍ୱା, ଉପ ସଭାପତି ମନୋଜ ଖମାରୀ, ସହ ସଂପାଦକ ଭାଗବତ ଦନ୍ତା, କୋଷାଧ୍ୟକ୍ଷ ଅରୁନ ପଲତା, ସହ କୋଷାଧ୍ୟକ୍ଷ ବଲିଆର ବସ୍ତିଆ, ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପାର୍ଥ କର୍ଣ୍ଣ ଓ ସୁରେଶ ଚନ୍ଦ୍ର କମ୍ପ ମନୋନୀତ ହୋଇଥିଲେ । ମାଁ ମାହେଶ୍ୱରୀ ସେନାର ଜିଲ୍ଲା ସ୍ତରୀୟ କମିଟିରେ ମନୋନିତ ହୋଇଥିବା କର୍ମକର୍ତ୍ତା ନିଜ‌ ପଦବୀର ଦାୟିତ୍ୱ ନେଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନା କରିବା ସହ‌ ଆଗମୀ ଜୁନ ୨ ତାରିଖରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା ଭୀମ ଭୋଇ‌ ମେଡିକାଲ କଲେଜ ସ୍ଥିତ ବ୍ଳଡ ବ୍ୟାଙ୍କ‌ଠାରେ ଆୟୋଜିତ ହେବକୁ ଥିବା ସ୍ୱେର୍ଚ୍ଚାକୃତ ରକ୍ତଦାନ ଶିବିରକୁ କେମିତି ସଫଳ‌ ଆୟୋଜନ କରାଯିବ ସେଥିପାଇଁ ଆଲୋଚନା‌ କରାଗଲା ।

jittmm
Leave A Reply

Your email address will not be published.