ସଟର ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାରୁପା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସ୍ଥିତ ଜାତୀୟ ରାଜପଥ ୨୬ କଡରେ ଥିବା ଜସ୍ମିନ ଜୁଏଲର୍ସରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନାରୁପା ଚୋରି ହୋଇଛି । ଚୋରି ହୋଇଥିବା ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ଦୋକାନ ମାଲିକ ୱାସୀମ ଖାନ ବ୍ୟବସାୟ ସାରି ଦୋକାନ ବନ୍ଦ କରିଥିଲେ । ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ତାଲା ଭାଙ୍ଗି ସଟର ତାଡ଼ି ଦୋକାନରେ ପଶି ପ୍ରାୟ ୨୦ କିଗ୍ରା ରୁପା ଓ ୨୦ ଗ୍ରାମ ସୁନା ଚୋରି କରି ନେଇଥିବା ଜଣାଯାଇଛି । ଚୋରି ସମୟର ସମସ୍ତ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ସକାଳୁ ଦୋକାନ ଖୋଲିବା ପରେ ଚୋରି ହୋଇଥିବା ଜାଣିପାରି ଦୋକାନ ମାଲିକ ପୁଲିସକୁ ସୂଚନା ଦେଇଥିଲେ । ଲୋଇସିଂହା ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ଜୁଏଲାରି ଦୋକାନ ସହ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ ଆରମ୍ଭ କରିଛି । ଏଥିସହିତ ସାଇଣ୍ଟିଫିକ ଟିମ ଦ୍ଵାରା ଘଟଣାର ଯାଞ୍ଚ କରାଯିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ, ଯେ ଲୋଇସିଂହା ସହରରେ ଗତ କିଛିଦିନ ହେଲା ଧାରାବାହିକ ଭାବେ ଚୋରି ବଢିବାରେ ଲାଗିଛି । ସ୍ଥାନୀୟ ଥାନା ଠାରୁ ମାତ୍ର ଶହେ ମିଟର ଦୂର ତଥା ରାତ୍ରିକାଳୀନ ପେଟ୍ରୋଲିଂ ଥାଇ ସୁଦ୍ଧା ଚୋରମାନେ ପୋଲିସକୁ ଚକମା ଦେଇ ଚୋରୀ କରୁଥିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

Leave A Reply

Your email address will not be published.