centurian jitm

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୯୦ ହଜାର ଲୁଟ୍‌ ଅଭିଯୋଗ, ତଦନ୍ତ ଜାରି

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ ସଇଁନ୍ତଲା ଅଞ୍ଚଳରେ ଚୋରି, ଡ଼କାୟତ ବଢି ଚାଲିଥିବା ବେଳେ ସାଧାରଣରେ ଆଶଂକା ପ୍ରକାଶ ପାଇଛି । ପୁଣି ଏକ ଲୁଟ୍‌ ଘଟଣା ଆଜି ସାମ୍‌ନାକୁ ଆସିଛି । ଆଜି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ ଅଭିଯୋଗ ହୋଇଛି । ସୂଚନା ମତେ ବଡ଼ମାଲ ଫାଣ୍ଡି ଧରପଗଡ଼ ସ୍ଥିତ ଗଣ୍ଡପତ୍ରାପାଲି ରାସ୍ତାରେ ଜଣେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ନିଛାଟିଆ ଦେଖି ଦୃର୍ବୁତ ମାନେ ୯୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି ।

ସୂଚନାରୁ ପ୍ରକାଶ ଯେ, ସଇଁତଲା ସ୍ଥିତ ଅର୍ଥ ଲଗାଣକାରୀ ସଂସ୍ଥା ସୂର୍ୟ୍ୟ ଫାଇନାନ୍ସ କମ୍ପାନୀ ସଇଁତଲା ଅଂଚଳରେ ମହିଳା ଏସଏଚଜି ଗୋଷ୍ଠୀ ଗଠନ କରି ଋଣ ପ୍ରଦାନ କରିବା ସହ ପ୍ରତ୍ୟେକ ସପ୍ତାହରେ ଋଣ ଅସୁଲି କରିଥାଏ । ତେବେ ଗତକାଲି ଅପରାହ୍ନରେ ଧରପ ଡ଼ ଠାରୁ ଟଙ୍କା ଅସୁଲି କରି ଫେରୁଥିବା ବେଳେ ଗଣ୍ଡପତ୍ରାପାଲି ଛକ ଠାରେ ଦୁଇ ଜଣ ଯୁବକ ବାଇକରେ ଆସି କର୍ମଚାରୀଙ୍କୁ ମାଡ଼ ମାରି ତାଙ୍କ ଠାରୁ ୯୦ ହଜାର ଟଙ୍କା ଲୁଟି ନେଇଥିବା ସଇଁତଲା ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ପ୍ରକାଶ ଥାଉ ଯେ, କିଛି ଦିନ ତଳେ ବିଳମ୍ବିତ ରାତିରେ ସ୍ଥାନୀୟ ନବୀନ ଛକର ଅମରେଶ ସାହୁଙ୍କ ଗେରେଜରୁ ନିଛାଟିଆ ଦେଖି ବିଳମ୍ବିତ ରାତିରେ ୨ଲକ୍ଷରୁ ଅଧିକ ଟଙ୍କାର ମୋଟର ସାଇକେଲ ପାର୍ଟସ୍‌ ଗୁଡିକ ଚୋରି ହୋଇଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିଲା । ଅନ୍ୟପଟେ ବ୍ଳକର ଘୁନସର ଦେଶୀ ମଦ ଭାଟିରୁ କିଛି ଦୃର୍ବୁତ ମାନେ ମଦ ଭାଟିରେ ଗଣ୍ଡଗୋଳ କରିବା ସହ କିଛି ଟଙ୍କା ନେଇ ଫେରାର ମାରିଥିଲେ, ଯାହାକୁ ନେଇ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥିଙ୍କ ସହ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ମାନେ ଧରା ପଡିନାହାନ୍ତି । ପୁଣି ବରଗାଁ ଛକର ଝୁନୁ କୁମ୍ଭାରଙ୍କ ଦୋକାନରୁ ମଧ୍ୟ କିଛିଦିନ ତଳେ ବିଳମ୍ବିତ ରାତିରେ ଏକ ପିକଅପ୍‌ ଭ୍ୟାନରେ ଆସି କିଛି ସାମଗ୍ରୀ ଚୋରୀ କରିଥିଲେ ଅଜଣା ଦୁର୍ବୃତ୍‌ତ୍ତ । ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ୟ୍ୟନ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ପାରିନାହିଁ।

ଅନ୍ୟପଟେ ଲଗାତାର ଭାବରେ ଦୃର୍ବୁତ ମାନେ ଚୋରି କରୁଥିବା ବେଳେ ପୁଲିସ ଅଭିଯୁକ୍ତ ମାନଙ୍କୁ ବର୍ତ୍ତମାନ ପର୍ୟ୍ୟନ୍ତ ଗିରଫ କରି ପାରି ନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଦୃର୍ବୁତ ମାନଙ୍କୁ ଗିରଫ କରାଯିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.