oom

ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ମାସିକ ଡିଜିଟାଲ ଇ-ପତ୍ରିକା ଲୋକାର୍ପିତ

jsmm

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ମାସିକ ଡିଜିଟାଲ ଇ-ପତ୍ରିକା (https//:epatrika.cspursahityasansad.com)ର ତୃତୀୟ ସଂଖ୍ୟା ସେପ୍ଟେମ୍ବର ୦୧ ୨୦୨୨ରେ ଓଡିଶାର ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ଠାରେ ଲୋକାର୍ପିତ ହୋଇଯାଇଛି । ଉକ୍ତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଘନଶ୍ୟାମ ଜୈନ, ମୁଖ୍ୟ ବକ୍ତା ଭାବେ ଡକ୍ଟର ଯୁଗଳ କିଶୋର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ଜ୍ୟୋତିପ୍ରକାଶ ଗଡ଼ତ୍ୟା, ପଞ୍ଚାନନ ତାଣ୍ଡି, ଯୋଗେଶ ମିଶ୍ର ଯୋଗଦେଇ ଲୋକାର୍ପଣ ପର୍ବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଇ-ପତ୍ରିକାର ସମ୍ପାଦକ ସରୋଜ କୁମାର ଶତପଥୀ ପତ୍ରିକାର ବିଭିନ୍ନ ଦିଗ ବିଷୟରେ ବର୍ଣ୍ଣନା କରିବା ସହ ପତ୍ରିକାର ୟୁଜର୍ ଇଣ୍ଟରଫେସ୍‌କୁ କେମିତି ବ୍ୟବହାର କରିବେ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଆଗାମୀ ଦିନରେ ଇ-ପତ୍ରିକାର ପ୍ରଚାର ପ୍ରସାର କରିବା ସହ ପତ୍ରିକାର ଉତ୍ତରୋତ୍ତର ଉନ୍ନତି ପାଇଁ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟ ଅତିଥି ଡାକ୍ତର ଘନଶ୍ୟାମ ଜୈନ ଏବଂ ଟିଟିଲାଗଡ଼ର ସର୍ବପୂରାତନ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟ ସଂସ୍କୃତି”ର ସମ୍ପାଦକ ଜ୍ୟୋତିପ୍ରକାଶ ଗଡ଼ତ୍ୟା ପ୍ରତିଶୃତି ଦେଇଛନ୍ତି । ଉକ୍ତ ଉତ୍ସବରେ ପଞ୍ଚାନନ ତାଣ୍ଡି ନିଜସ୍ଵ ସ୍ଵର ସଂଯୋଜନାରେ ଏକ ସୁନ୍ଦର କବିତା ପାଠ କରି ଥିଲେ ଓ ଶେଷରେ ଯୋଗେଶ ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.