ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ଗତ ୨୨ତାରିଖ ଦିନ ହୋଇଥିବା ପଞ୍ଚାୟତ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସବୁଠୁ ଚର୍ଚ୍ଚାରେ ଥିବା ଦେଓଗାଁ ବ୍ଲକର ସାଲେପାଲି ପଞ୍ଚାୟତରେ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହୋଇଥିବା ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ତାଙ୍କ ନିକଟତ୍ତମ ପ୍ରତିଦ୍ୱନ୍ଦୀ ଶମ୍ଭୁ ପଧାନଙ୍କଠାରୁ ୪୦୭ ଅଧିକ ଭୋଟ ବିଜୟ ଲାଭ କରିଥିବା ଜଣାପଡ଼ିଛି । ସେ ପଞ୍ଚାୟତ ନିର୍ବାଚନରେ ଭାଗ ନେବା ପରେ ବଲାଙ୍ଗିର ଜିଲ୍ଲା ସ୍ତରରେ ତାଙ୍କ ଉପରେ ନଜର ରହିଥିଲା । ସେ ଜଣେ ସାଧାରଣ ପ୍ରାର୍ଥୀଙ୍କ ଠାରୁ ଧରାଶାୟୀ ହେଉଛନ୍ତି ନା’ ବିଜୟ ଲାଭ କରୁଛନ୍ତି ତାର ବାଟକୁ ଅନାଇବସିଥିଲେ । ହେଲେ ସମସ୍ତଙ୍କ ଗଣିତକୁ ଫେଲ୍ କରି ସାଲେପାଲି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଶ୍ରୀ ମେହେର । ଶ୍ରୀ ମେହେର ୧୨ଶହ ୩୦ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଧାୟକଙ୍କ ସମର୍ଥନ ଶମ୍ଭୁ ପଧାନ ୮୨୩ଭୋଟ ପାଇଥିବା ଜଣାପଡ଼ିଛି । ସେ ସମିତି ସଭ୍ୟ ଭାବେ ବିଜୟୀ ହେବ ପରେ ବ୍ଲକ୍ ଅଧ୍ୟକ୍ଷ ପଦବୀ ଉପରେ ନଜର ରଖିଥିବା ବ୍ଲକରେ ଚର୍ଚ୍ଚା ହେଉଛି ।