ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ଜୁଲୁମ ଅଭିଯୋଗ : ଜମି ହରାଇଥିବା ଆଦିବାସୀ ପରିବାରଙ୍କୁ ଚାକିରୀରୁ ଛଟେଇ

କଳାହା‌ଣ୍ଡି, (ଭାରତ ବିଶି) : ରାଜ୍ୟ ସରକାର କୁଟିଆକନ୍ଧ ମାନଙ୍କ ପ୍ରଗତି ପାଇଁ ବିଭିନ୍ନ ଯୋଜନା କୋଟି କୋଟି ଟଙ୍କା ମଞ୍ଜୁର କରିଛନ୍ତି । କିନ୍ତୁ ବେଦାନ୍ତ ଲିମିଟେଡ଼ ଲାଞ୍ଜିଗଡ଼ ଗରିବ ଆଦିବାସୀ କୁଟିଆମାନଙ୍କ ଠାରୁ ଜମି ଅଧିଗ୍ରହଣ କରି ନାମକୁ ମାତ୍ର ଚାକିରୀ ଖଣ୍ଡେ ଦେଇଥିବା କମ୍ପାନୀ ବର୍ତ୍ତମାନ ଛଟେଇ କରି ଦେଇ ଥିବାରୁ କିପରି ଜୀବନ ଯାପନ କରିବେ ନିରୀହ ଆଦିବାସୀ ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବସନ୍ତପଡା ଗାଁର ଆଦିବାସୀ ଯୁବକକୁ ଜମି ହରାଇ ମଧ୍ୟ ଚାକିରୀରୁ ବହିଷ୍କାର କରା ଯାଇଥିବାରୁ କଳାହାଣ୍ଡି ଜିଲାପାଳ ଓ ଏସ.ପିଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି । ବସନ୍ତପଡାର କାନ୍ଦୁରୁ ମାଝୀଙ୍କ ୩ଏକରରୁ ଉର୍ଦ୍ଧ୍ବ ଜମି ବେଦାନ୍ତ ଜମି ଅଧିଗ୍ରହଣ କରି ନେଇଛି । ଜମି ହରାଇଥିବା ଯୁବକଙ୍କୁ ୨୦୧୫ରେ ବେଦାନ୍ତର ପ୍ରୋଜେକ୍ଟ ଶିକ୍ଷା ଯୋଜନାରୁ ନିଯୁକ୍ତି ପାଇଥିବା ମିଶ୍ର ମାଝୀ ଓ ଗୋରେଖ ନାଏକଙ୍କୁ କମ୍ପ୍ୟୁଟର ଶିକ୍ଷକ ଭାବରେ ନିଯୁକ୍ତି ଦିଆ ଯାଇଥିଲା । ଉକ୍ତ ଶିକ୍ଷକମାନେ ଦୈନିକ ଉପସ୍ଥାପନ ଦେଇ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବା ସହିତ ସ୍ୱାସ୍ଥ୍ୟ, ଖେଳ, ଛାତ୍ରଛାତ୍ରୀ ମାନସିକ, ବୌଦ୍ଧିକ ବିକାଶ ଆଦି ବିଷୟରେ ଶିକ୍ଷା ଦାନ ଦେଇ ଆସୁଥିଲେ ।
ଗତ ଲକଡାଉନରୁ ଉକ୍ତ ଶିକ୍ଷକ ଦ୍ୱୟଙ୍କ ସମେତ ଉକ୍ତ ବସନ୍ତପଡାର ୮ ଜଣ କର୍ମଚାରୀଙ୍କୁ ବେଦାନ୍ତରେ ନୂତନ ଭାବରେ ଯୋଗ ଦେଇଥିବା ସି.ଏସ.ଆର.ହେଡ ଚାକିରୀରୁ ବହିଷ୍କାର କରି ଦେଇଛନ୍ତି । ବାହାର ରାଜ୍ୟରୁ ଯୁବତୀ ଯୁବକଙ୍କୁ ଡାକି ମନଇଚ୍ଛା ଚାକିରୀରେ ନିଯୁକ୍ତି ଦେଉଛନ୍ତି । ଆଜକୁ ଏକ ବର୍ଷ ବିତିଗଲାଣି ୯ ମାସର ଦରମା ମଧ୍ୟ ଦେଉ ନାହାନ୍ତି । ବେଦାନ୍ତକୁ ଦୌଡ଼ି ଦୌଡ଼ ନିରାଶରେ ଘରକୁ ଫେରିବାକୁ ପଡୁଛି । କାନ୍ଦୁରୁ ମାଝୀକୁ ଗତ ୨୦୦୮ ମସିହା ଏପ୍ରିଲ ୯ ତାରିଖରେ ତତ୍କାଳୀନ ଜିଲାପାଳ ଓ ଲେଣ୍ଡ ଏକ୍ୟୁଜିସନ ଅଫିସର ଦ୍ୱୟଙ୍କ ‌ସ୍ୱାକ୍ଷରରେ ଏକ କେଡି ଆର.ଆର.ଏଫ.୨୫ ଅନୁସାରେ ଆଇଡେଣ୍ଟି କାର୍ଡ ମଧ୍ୟ ପ୍ରଦାନ କରାଯାଇଛି । ଏହି କାର୍ଡ ଅନୁଯାଇ କମ୍ପାନୀରେ ଚାକିରୀ ଦେବା କଥା ହେଲେ କମ୍ପାନୀର କର୍ମଚାରୀ ମାନେ ଭୁଆଁ ବୁଲେଇ ଚାଲିଛନ୍ତି ।

Leave A Reply

Your email address will not be published.