କୁନି ପ୍ରତିଭା : କୁନି ହାତରେ ସୁନ୍ଦର ଚିତ୍ର ଆଙ୍କୁଛନ୍ତି ସୁନୟନା

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଗତ କିଛି ମାସ ହେବ ସମ୍ବଲପୁରର ଜଣେ କୁନି ପ୍ରତିଭା ସୁନ୍ଦର ଚିତ୍ର ଆଙ୍କୁଛନ୍ତି । ପେନସିଲରେ ଆରମ୍ଭ କରିଥିବା ଏହି କଳାକୁ ଏବେ ସେ ଧୀରେ ଧୀରେ ତୂଳୀକୁ ନେବା ଆରମ୍ଭ କଲେଣି ।

ତାଙ୍କର ଚିତ୍ରକୁ ଦେଖି କେହିବି ବିଶ୍ୱାସ କରି ପାରିବେନି ଯେ ଏହା ଜଣେ କୁନି ଝିଅ ଆଙ୍କିଛି । ତେବେ ତାଙ୍କର ଚିତ୍ରକଳାକୁ ଦେଖି ତାଙ୍କର ବିଦ୍ୟାଳୟ, ସାଇ ପଡିଶା ସମସ୍ତେ ଆଶ୍ଚର୍ଯ୍ୟ, ଚକିତ । ସମସ୍ତଙ୍କ ମନରେ ଆସେ ସେଇ ଗୋଟିଏ କଥା… ସୁନ୍ଦର, ଅତି ସୁନ୍ଦର ।

ସେ କୁନି ପ୍ରତିଭା ଜଣକ ହେଉଛନ୍ତି ସୁନୟନା ପଣ୍ଡା । କୁନି ଝିଅର ପିତାମାତା ହେଲେ ସମ୍ବଲପୁର ନିବାସୀ ଶ୍ରୀମନ୍ତ ପଣ୍ଡା ଓ ସୁଲଗ୍ନା ପଣ୍ଡା । ସୁନୟନା ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ । ଆଜି ତାଙ୍କର ଚିତ୍ରକଳା ପାଇଁ ସେ ବେଶ ଜଣାଶୁଣା ।


ପ୍ରକାଶ ଯୋଗ୍ୟ ଯେ, ତିନିମାସ ତଳେ ସେ ହଠାତ୍ ସେ ଚିତ୍ରକଳା ପ୍ରତି ଆକୃଷ୍ଠ ହୋଇଥିଲେ । ମାତ୍ର କିଛି ଦିନରେ ପେନସିଲରେ ଗୋଟିଏ ପରେ ଆଉ ଗୋଟିଏ ଅତି ସୁନ୍ଦର ଚିତ୍ର ସବୁ ଆଙ୍କିବାକୁ ବସିଲେ । ଏବେ ଏହାକୁ ନେଇ ତାଙ୍କର ସ୍କୁଲ ଶିକ୍ଷକ, ପଡୋଶୀ ଓ ପରିବାର ଗଣ ସମସ୍ତେ ଆଚମ୍ବିତ । କିଛି ଦିନ ତଳେ ପୁଣି ସେ ତୂଳୀରେ ଚିତ୍ର କରିବା ଆରମ୍ଭ କରିଛନ୍ତି । ତାଙ୍କୁ ସଠିକ୍ ପ୍ରଶିକ୍ଷଣ ମିଳିଲେ ସେ କାହିଁ ଆଗକୁ ଯାଇ ନିଜ ପରିବାର, ସହର ତଥା ରାଜ୍ୟର ନାମ ଉଜ୍ୱଳ କରିପାରିବେ ବୋଲି ସମସ୍ତେ ଆଶା ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.